ETV Bharat / bharat

ପଞ୍ଚଭୂତରେ ବିଲୀନ ଭାରତ 'ରତନ': ପାର୍ସି ରୀତିନୀତିରେ ହେଲା ଶେଷକୃତ୍ୟ, କିନ୍ତୁ...

ସମସ୍ତଙ୍କୁ ସବୁଦିନ ପାଇଁ ଅଲବିଦା କହିଲେ ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା । ପାର୍ସି ରୀତିନୀତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

author img

By ETV Bharat Odisha Team

Published : 1 hours ago

Ratan Tata Funerals
Ratan Tata Funerals (ETV Bharat Odisha)

ହାଇଦ୍ରାବାଦ: ଆଉ ନାହାନ୍ତି ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା । ତାଙ୍କର ବିୟୋଗରେ ଦେଶ ହରାଇଛି ଅମୂଲ୍ୟ ରତ୍ନ । ଦେଶବାସୀଙ୍କ ସୁବିଧା ଅସୁବିଧାରେ ସବୁବେଳେ ନିଜର ବଦାନ୍ୟତା ଦେଖାଇଆସିଥିବା ରତନ ଟାଟା ସମସ୍ତଙ୍କୁ ଅଲବିଦା କହିଛନ୍ତି । ରତନ ଟାଟାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ପାର୍ସି ରୀତିନୀତି ଅନୁସାରେ ମୁମ୍ବାଇ ସ୍ଥିର ୱର୍ଲି ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହାପୂର୍ବରୁ ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ପାର୍ସି ଧର୍ମରେ କିପରି ହୁଏ ଅନ୍ତିମ ସଂସ୍କାର?

ଦେଶରେ ପାର୍ସି ଧର୍ମ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟ । ଏହି ଧର୍ମାବଲମ୍ବୀ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଯେଉଁ ଶେଷକୃତ୍ୟ କରାଯାଏ ତାହା ଅନ୍ୟାନ୍ୟ ଧର୍ମ ତୁଳନାରେ ଭିନ୍ନ । ଏହି ଧର୍ମର କେହି ମୃତ୍ୟୁବରଣ କଲେ ନା ତାଙ୍କ ମୃତଦେହ ଦାହ କରାଯାଏ, ନା କବର ଦିଆଯାଏ । ତାଙ୍କ ମୃତଦେହକୁ 'ଟାୱାର ଅଫ୍ ସାଇଲେନ୍ସ' ମାଧ୍ୟମରେ ଅନ୍ତିମ ସଂସ୍କାର କରାଯାଏ । ପାର୍ସି ଧର୍ମ ଅନୁଯାୟୀ, ୟଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ମୃତ ଶରୀର ଅଶୁଦ୍ଧ ବୋଲି ବିବେଚନା କରାଯାଏ। ପାର୍ସି ଧର୍ମରେ ଜଳ, ପୃଥିବୀ ଓ ଅଗ୍ନିକୁ ପବିତ୍ର ବୋଲି ବିଶ୍ବାସ କରାଯାଏ। ତେଣୁ ଏହି କାରଣରୁ ସେମାନେ ମୃତଦେହକୁ ଜାଳନ୍ତି ନାହିଁ କି ମାଟିରେ ପୋତନ୍ତି ନାହିଁ । ହେଲେ ରତନ ଟାଟାଙ୍କ ଶେଷକୃତ୍ୟ ପାର୍ସି ରୀତିନୀତି ଅନୁସାରେ ହୋଇଥିଲେ ମଧ୍ୟ ତାଙ୍କ ପାର୍ଥିବ ଶରୀରକୁ 'ଟାୱାର ଅଫ୍ ସାଇଲେନ୍ସ'ରେ ରଖନଯାଇ ବିଦ୍ୟୁତ ଚୁଲା ସାହାଯ୍ୟରେ ଦାହ କରାଯାଇଛି ।

ଟାୱାର ଅଫ୍ ସାଇଲେନ୍ସ କ'ଣ?

ପାର୍ସି ଧର୍ମର ଲୋକମାନେ ମୃତଦେହକୁ ଟାୱାର ଅଫ୍ ସାଇଲେନ୍ସରେ ରଖିଦିଅନ୍ତି । ଏହି ପରମ୍ପରା ହଜାର ହଜାର ବର୍ଷ ପୁରୁଣା ବୋଲି କୁହାଯାଏ । ଯେଉଁଥିରେ ମୃତଦେହ ଖୋଲାରେ ରଖିଦିଆଯାଏ । କାଉ, ଶାଗୁଣା, ଚିଲ ଇତ୍ୟାଦି ପକ୍ଷୀ ମରଶରୀରକୁ ଖାଇଥାନ୍ତି । ହେଲେ ବର୍ତ୍ତମାନ ଏଭଳି ପକ୍ଷୀ ବିଲୋପ ହେବାକୁ ବସିଥିବାବେଳେ ଟାୱାର ଅଫ୍ ସାଇଲେନ୍ସ ଅନୁଯାୟୀ ଅନ୍ତିମ ସଂସ୍କାର କରିପାରୁନାହାନ୍ତି ପାର୍ସି ସମ୍ପ୍ରଦାୟ । ତେଣୁ କେହି କେହି ଶବଦାହ ଗୃହରେ ସଂସ୍କାର କରୁଥିବା ଦେଖିବାକୁ ମିଳୁଛି ।

ଏହା ବି ପଢନ୍ତୁ...ପରଲୋକରେ ଶିଳ୍ପସମ୍ରାଟ ରତନ ଟାଟା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ

ଏହା ବି ପଢନ୍ତୁ...ବାଲୁକା କଳାରେ ଭାରତର ‘ରତନ’ଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

condolences tor Ratan Tata
condolences tor Ratan Tata (ETV Bharat Odisha)

ରତନ ଟାଟାଙ୍କ ବିଷୟରେ:

ବିଶିଷ୍ଟ ଶିଳ୍ପପତି ତଥା ‘ଟାଟା ଗ୍ରୁପ’ର ପୂର୍ବତନ ମୁଖ୍ୟ ରତନ ଟାଟା । ଗତ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ରତନ ଟାଟା ଗତକାଲି (ବୁଧବାର) ବିଳମ୍ବିତ ରାତିରେ 86 ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ନେତୃତ୍ବରେ ‘ଟାଟା ସମୂହ’ର ବ୍ୟବସାୟିକ ନେଟଓ୍ବାର୍କ ପ୍ରାୟ ସମସ୍ତ କ୍ଷେତ୍ରରେ ପ୍ରବେଶ କରିଥିଲା । ଜଣେ ଶୀର୍ଷସଫଳ ଶିଳ୍ପପତି ବ୍ୟତୀତ ଟାଟାଙ୍କର ଅତ୍ୟନ୍ତ ସରଳ ଜୀବନଶୈଳୀ, ନମ୍ର-ଭଦ୍ର ସ୍ବଭାବ ଓ ଭାରତୀୟ ସମାଜର ଆର୍ଥନୈତିକ ଉନ୍ନତି ପାଇଁ ସମାଜସେବା କ୍ଷେତ୍ରରେ ଦାତବ୍ୟ କାର୍ଯ୍ୟ ତାଙ୍କୁ ଏକ ଭିନ୍ନ, ଲୋକପ୍ରିୟ ବ୍ୟକ୍ତିତ୍ବର ପରିଚୟ ଦେଇଥିଲା ।

ଏହା ବି ପଢନ୍ତୁ...ମୁଁ ଠିକ୍ ନିଷ୍ପତ୍ତି ନେବାରେ ବିଶ୍ବାସ କରେନି, ନିଷ୍ପତ୍ତି ନିଏ ଓ ଏହାକୁ....

ଏହା ବି ପଢନ୍ତୁ...86 ବର୍ଷରେ ବି କେମିତି ଫିଟ୍ ଥିଲେ ରତନ ଟାଟା, ଆସିଲା ଫିଟ୍‌ନେସ ସିକ୍ରେଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.