ETV Bharat / state

ରାଜ୍ୟ ସରକାର ବଢାଇବେ କି ଫ୍ରି ରାସନ ଅବଧି ? ଖୁସି ଖବର ଦେଲେ ଯୋଗାଣ ମନ୍ତ୍ରୀ

୨୦୨୮ ପର୍ଯ୍ୟନ୍ତ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ଆଉ ଏହା ପରେ ପରେ ରାଜ୍ୟ ସରକାର ପ୍ରଦାନ କରୁଥିବା ମାଗଣା ଚାଉଳ ଅବଧି ମଧ୍ୟ ବଢିବ।

author img

By ETV Bharat Odisha Team

Published : 2 hours ago

Free Rice Supply
Free Rice Supply (ETV Bharat Odisha)

ଭୁବନେଶ୍ବର: କେନ୍ଦ୍ର ପରେ ରାଜ୍ୟ ସରକାର ବି ବଢ଼ାଇପାରନ୍ତି ଗରିବଙ୍କୁ ମାଗଣା ଚାଉଳ ଅବଧି । ୨୦୨୮ ପର୍ଯ୍ୟନ୍ତ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ଗରିବଙ୍କୁ ମାଗଣାରେ ଭିଟାମିନ ଯୁକ୍ତ ଚାଉଳ ଯୋଗାଇ ଦେବେ କେନ୍ଦ୍ର ସରକାର । ୨୦୨୮ ଶେଷ ପର୍ଯ୍ୟନ୍ତ ମାଗଣାରେ ମିଳିବ ରାସନ ଚାଉଳ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଏହି ଯୋଜନାର ଲାଭ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ପାଇପାରିବେ ହିତାଧିକାରୀ । ଏନେଇ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି । ତେବେ ଏହା ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୮ ଯାଏ ଚାଲିବ । ଏହି ଯୋଜନାରେ ସରକାର ୧୭ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ।

'ରାଜ୍ୟ ସରକାର ବି ବଢ଼ାଇବେ ମାଗଣା ଚାଉଳ ଅବଧି'

Free Rice Supply (ETV Bharat Odisha)
୨୦୨୮ ପର୍ଯ୍ୟନ୍ତ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ଗରିବଙ୍କୁ ମାଗଣାରେ ଭିଟାମିନ ଯୁକ୍ତ ଚାଉଳ ଯୋଗାଇ ଦେବେ କେନ୍ଦ୍ର ସରକାର । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । "ଗରିବ ଲୋକଙ୍କ ପାଇଁ ଏହା ନିହାତି ଆବଶ୍ୟକ । ରାଜ୍ୟ ସରକାରଙ୍କ ନିଜସ୍ଵ ଯୋଜନାରେ ମଧ୍ୟ ସେହି ଅନୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ" ବୋଲି ମନ୍ତ୍ରୀ କହିଛନ୍ତି ।

ଚାଲିଛି ରାସନ କାର୍ଡ e-KYC:

Free Rice Supply
Free Rice Supply (ETV Bharat Odisha)
" ରାସନ କାର୍ଡ e-KYC ଏବେ ଚାଲିଛି । ପାଖାପାଖି 2 କୋଟି 30 ଲକ୍ଷ Ekyc ସରିଲାଣି । 1 କୋଟି ପାଖାପାଖି ଲୋକଙ୍କ e-KYC ବାକି ଅଛି । 15ରୁ 20 ଦିନ ଭିତରେ e-KYC ସରିଯିବ । ତାଟପରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ" ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏହା ବି ପଢନ୍ତୁ....ଦଶହରାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏହି ବର୍ଷ ଯାଏଁ ମାଗଣାରେ ମିଳିବ ପୃଷ୍ଟିକର ଚାଉଳ

ଏହା ମଧ୍ୟ ପଢନ୍ତୁ-ରାସନ କାର୍ଡ EKYCକୁ ନେଇ ଆସିଲା ବଡ଼ ଅପଡେଟ୍, ଏମିତି କହିଲେ ମନ୍ତ୍ରୀ - RATION CARD VERIFICATION

ଏହା ମଧ୍ୟ ପଢନ୍ତୁ ....ଅକ୍ଟୋବରରୁ ଓଡ଼ିଶାରେ ରାସନରେ ଗହମ, ମୋହନ ମାଝୀ ସରକାରଙ୍କ କଥା ରଖିଲା କେନ୍ଦ୍ର - wheat for Ration card holders

ଏହା ବି ପଢନ୍ତୁ...ରାସନ କାର୍ଡ ଅଛି କି ! କେବଳ ଖାଦ୍ୟ ସାମଗ୍ରୀ ନୁହେଁ, ମିଳିବ ଏହି ସବୁ ସୁବିଧା - Ration Card Benefits

ଆଳୁ ମିଶନକୁ ଗୁରୁତ୍ବ:

ଖାଦ୍ୟ ଯୋଗାଣ ମନ୍ତ୍ରୀ ଆହୁରି କହିଛନ୍ତି, "ଆଳୁ ମିଶନ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ଆଳୁ ବିହନ ଆଣି ଚାଷୀଙ୍କୁ ଯୋଗାଇ ଦିଆଯିବ । ଭଲ କ୍ୱାଲିଟିର ବିହନ ଚାଷୀଙ୍କୁ ଦେବେ ସରକାର । ଏନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଘୋଷଣା କରିଛନ୍ତି । ଆଳୁ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହେବ ଓଡ଼ିଶା । ଆଉ କୌଣସି ରାଜ୍ୟ ଆଗରେ ହାତ ପତାଇବ ନାହିଁ ଓଡ଼ିଶା । ତାହା ହିଁ ପ୍ରମୁଖ ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ମଧ୍ୟ 58ଟି ସବଡିଭିଜନରେ 58ଟି ଶୀତଳଭଣ୍ଡାର ତିଆରି କରିବା ପାଇଁ ନିଷ୍ପତ୍ତି ହୋଇଛି । ବର୍ଷେ ଦୁଇ ବର୍ଷ ଭିତରେ ସରକାରଙ୍କ ଯୋଜନା ସଫଳ ରୂପାୟନ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.