ETV Bharat / state

ଚାକିରି ଖୋଜୁଛନ୍ତି କି ? LTR ଶିକ୍ଷକ ପାଇଁ ବାହାରିଛି ନିଯୁକ୍ତି, ମନଲାଖି ଦରମା ଦେଉଛନ୍ତି ମୋହନ ମାଝୀ ସରକାର

ସରକାରୀ ଚାକିରି ପାଇଁ ଚିନ୍ତିତ କି ? ଏଲଟିଆର ଶିକ୍ଷକରେ ବାହାରିଲା ବଡ଼ ନିଯୁକ୍ତି । ଖାଲି ଅଛି ୬୦୨୫ ଶିକ୍ଷକ ପଦବୀ । ଜାଣନ୍ତୁ କେମିତି କରିବେ ଆବେଦନ ।

author img

By ETV Bharat Odisha Team

Published : 3 hours ago

OSSC LTR TEACHER RECRUITMENT
OSSC LTR TEACHER RECRUITMENT (ETV Bharat Odisha)

ଭୁବନେଶ୍ବର: ଚାକିରି ଖୋଜୁଛନ୍ତି କି ? ରାଜ୍ୟ ସରକାର ଆଣିଛନ୍ତି ସୁଯୋଗ । ଏଲଟିଆର ଶିକ୍ଷକ ପାଇଁ ବାହାରିଛି ନିଯୁକ୍ତି । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପାଇଁ ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୬୦୨୫ ଶିକ୍ଷକ ପଦବୀ ପୂରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ତେବେ ବିଶେଷ ଭାବରେ ମହିଳା ଆବେଦନକାରୀମାନଙ୍କ ପାଇଁ ଏକ ତୃତୀୟାଂଶ ଅର୍ଥାତ ୧୯୮୮ ରୁ ଅଧିକ ପଦବୀ ରହିଛି । ବିଶେଷ ଭାବରେ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟ ossc.gov.in ମାଧ୍ୟମରେ ପଦବୀକୁ ନେଇ ଅଧିକ ସୂଚନା ପାଇପାରିବେ ।

କେଉଁ ପଦବୀ ପାଇଁ କେତେ ଦରମା:-

  • ଟିଜିଟି ଆର୍ଟସ ପଦବୀ ପାଇଁ ୧୯୮୪ ପଦବୀ ରହିଥିବା ବେଳେ ଦରମା ୩୫ ହଜାର ୪୦୦ ଟଙ୍କା।
  • ଟିଜିଟି ସାଇନ୍ସ (ପିସିଏମ୍) ପଦବୀ ପାଇଁ ୧ ହଜାର ୨୦ ପଦବୀ ରହିଥିବା ବେଳେ ଦରମା ୩୫ ହଜାର ୪୦୦ ଟଙ୍କା
  • ଟିଜିଟି ସାଇନ୍ସ (ସିବିଜେଡ୍) ପଦବୀ ପାଇଁ ୮୮୦ ପଦବୀ ରହିଥିବା ବେଳେ ଦରମା ୩୫ ହଜାର ୪୦୦ ଟଙ୍କା
  • ହିନ୍ଦୀ ଶିକ୍ଷକ ପଦବୀ ପାଇଁ ୭୧୧ ପଦବୀ ରହିଥିବା ବେଳେ ଦରମା ୩୫ ହଜାର ୪୦୦ ଟଙ୍କା
  • ସଂସ୍କୃତ ଶିକ୍ଷକ ପଦବୀ ପାଇଁ ୭୨୯ ପଦବୀ ରହିଥିବା ବେଳେ ଦରମା ୩୫ ହଜାର ୪୦୦ ଟଙ୍କା
  • ତେଲୁଗୁ ଶିକ୍ଷକ ପଦବୀ ପାଇଁ ୬ ପଦବୀ ରହିଥିବା ବେଳେ ୩୫ ହଜାର ୪୦୦ ଟଙ୍କା
  • ଊର୍ଦ୍ଦୁ ଶିକ୍ଷକ ପଦବୀ ପାଇଁ ୧୪ଟି ପଦବୀ ରହିଥିବା ବେଳେ ଦରମା ୩୫ ହଜାର ୪୦୦ ଟଙ୍କା
  • ଶାରୀରିକ ଶିକ୍ଷା ଶିକ୍ଷକ ପଦବୀ ପାଇଁ ୬୮୧ ପଦବୀ ରହିଥିବା ବେଳେ ଦରମା ୨୯ ହଜାର ୨୦୦ ଟଙ୍କା ରହିଛି ।
Recruitment
Recruitment (ETV Bharat Odisha)

ପଦବୀ ପାଇଁ ବୟସ ସୀମା:

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ବୋର୍ଡ ନିୟମାବଳୀ ଅନୁସାରେ, ମହିଳା, ଭେଟେରାନ, ପିଡବ୍ଲ୍ୟୁଡି, ଏସସି, ଏସଟି ଏବଂ ଏସଇବିସି ପାଇଁ ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ଅତି କମରେ ୨୧ ବର୍ଷ ଏବଂ ୩୮ ବର୍ଷରୁ ଅଧିକ ହେବା ଆବଶ୍ୟକ ।

ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି । ଯାହା ଆସନ୍ତା ମାସ 17 ତାରିଖରେ ହେବ ପରୀକ୍ଷା । ତେବେ ଏହି ପରୀକ୍ଷା କେବେ ହେବ ? କେଉଁ କେଉଁ ସହରରେ ପରୀକ୍ଷା ଅନୁଷ୍ଠିତ ହେବ ? କେଉଁ ସିଟିଙ୍ଗରେ ଅଛି କେଉଁ ବିଷୟ ?

ଏହା ମଧ୍ୟ ପଢନ୍ତୁ:

୧୬ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି, ନିୟମିତ କରିବାକୁ ଦାବି କଲା ସଂଘ - Permanent Employment

ମୋହନ ମାଝୀ ସରକାରଙ୍କ ବଡ଼ ପଦକ୍ଷେପ, ନିଯୁକ୍ତି ପାଇବେ ୧୬,୦୦୯ କନିଷ୍ଠ ଶିକ୍ଷକ - Recruitment of junior teachers

ଓଡ଼ିଶାରେ ବଡ଼ ନିଯୁକ୍ତି : ୨୨୯୮ ହୋମଗାର୍ଡ ନିଯୁକ୍ତି ଦେବେ ମୋହନ ମାଝୀ ସରକାର - Home Guard Recruitment

ଓଡ଼ିଶା ପୋଲିସରେ ମୋହନ ମାଝୀ ସରକାରଙ୍କ ବଡ ନିଯୁକ୍ତି; କନଷ୍ଟେବଳ-କିରାଣୀ ପୋଷ୍ଟ ପାଇଁ ଆବେଦନ ଆରମ୍ଭ, ଦେଖନ୍ତୁ ଲାଷ୍ଟ ଡେଟ୍ - Odisha Police Recruitment

ନଭେମ୍ବର ୧୭ରେ ସ୍ନାତକୋତ୍ତର ଶିକ୍ଷକ ନିଯୁକ୍ତି ପରୀକ୍ଷା:

ରାଜ୍ୟରେ ଥିବା ବେସରକାରୀ ଯୁକ୍ତ ଦୁଇ କଲେଜରେ ୪୮୮ ବର୍ଗରେ ନିଯୁକ୍ତି କରାଯିବ । ଏନେଇ ଆସନ୍ତା ନଭେମ୍ବର ମାସ ୧୭ ତାରିଖରେ ନିଯୁକ୍ତି ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି ।

OSSC LTR Teacher
OSSC LTR Teacher (ETV Bharat Odisha)

କେଉଁ ସହରରେ ହେବ ସ୍ନାତକୋତ୍ତର ଶିକ୍ଷକ ନିଯୁକ୍ତି ପରୀକ୍ଷା:

ଭୁବନେଶ୍ଵର ସମେତ ବାଲେଶ୍ଵର ବ୍ରହ୍ମପୁର ଭବାନୀପାଟଣା କଟକ ଜୟପୁର କେନ୍ଦୁଝର ରାଉରକେଲା ଓ ସମ୍ବଲପୁର ଆଦି ୯ଟି ଜୋନରେ ହେବ ସ୍ନାତକୋତ୍ତର ଶିକ୍ଷକ ନିଯୁକ୍ତି ପରୀକ୍ଷା । ପରୀକ୍ଷା ଦେବାକୁ ଆସିଥିବା ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ପ୍ରତି ସିଟିଙ୍ଗରେ ଅତିରିକ୍ତ ୨୦ ମିନିଟ ସମୟ ଦିଆଯିବ ।

କେତୋଟି ସିଟିଙ୍ଗରେ ହେବ ପରୀକ୍ଷା:

ବିଶେଷ ଭାବରେ ୩ଟି ସିଟିଙ୍ଗରେ ହେବ ସ୍ନାତକୋତ୍ତର ଶିକ୍ଷକ ନିଯୁକ୍ତି ପରୀକ୍ଷା ।

ପ୍ରଥମ ସିଟିଙ୍ଗ: ସକାଳା ୯ ଘଟିକାରୁ ୧୧ଟା ପର୍ଯ୍ୟନ୍ତ ହେବ ପରୀକ୍ଷା । ଏଥିରେ ବାଣିଜ୍ୟ ଶିକ୍ଷା ଭୂଗୋଳ ଭୂତତ୍ତ୍ବ ବିଜ୍ଞାନ, ହିନ୍ଦୀ, ଗୃହ ବିଜ୍ଞାନ, ଦର୍ଶନଶାସ୍ତ୍ର, ରାଜନୀତି ବିଜ୍ଞାନ, ସାମାଜିକ ବିଜ୍ଞାନ, ତେଲୁଗୁ ଓ ଉର୍ଦ୍ଦୁ ଆଦି ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ ।

ଦ୍ବିତୀୟ ସିଟିଙ୍ଗ: ମଧ୍ୟାହ୍ନ ୧୨ ଟାରୁ ୨ ଟା ପର୍ଯ୍ୟନ୍ତ ହେବ ପରୀକ୍ଷା । ତେବେ ବିଷୟ ଗୁଡିକ ହେଲା ଇଂରାଜୀ ଏବଂ ସଂସ୍କୃତ ଆଦି ବିଷୟରେ ଅନୁଷ୍ଠିତ ହେବ ପରୀକ୍ଷା ।

ତୃତୀୟ ସିଟିଙ୍ଗ: ଉଦ୍ଭିଦ ବିଜ୍ଞାନ ରସାୟନ ବିଜ୍ଞାନ ଅର୍ଥନୀତି ଇତିହାସ ଓଡିଆ ଗଣିତ ମନସ୍ତତ୍ଵ ବିଜ୍ଞାନ ପ୍ରାଣୀ ବିଜ୍ଞାନ ଏବ ଆଇଆରପିଏମ ଆଦି ବିଷୟରେ ରହିଛି ପରୀକ୍ଷା।

କେବେ ମିଳିବ ହଲ ଟିକେଟ:

ସ୍ନାତକୋତ୍ତର ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୮ ତାରିଖରେ ଉଚ୍ଚ ଶିକ୍ଷା ବିଭାଗର ଷ୍ଟେଟ ସିଲେକ୍ସନ ବୋର୍ଡର ୱେବସାଇଟରେ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଉପଲବ୍ଧ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.