ETV Bharat / state

ପ୍ରଶାସନର ତରବରିଆ ନିଷ୍ପତ୍ତି, ଥଇଥାନ ନକରି ଉଚ୍ଛେଦ ! - ନୟାଗଡ଼ରେ ଜବରଦଖଲ ଉଚ୍ଛେଦ

ମ୍ୟୁନସିପାଲିଟିର ଜବରଦଖଲ ଉଚ୍ଛେଦ। ଲୋକଙ୍କୁ ଥଇଥାନ ନକରି ତରବରିଆ ଭାବେ ମ୍ୟୁନସିପାଲିଟିର ଏଭଳି ପଦକ୍ଷେପକୁ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅଧିକ ପଢ଼ନ୍ତୁ

forcible eviction by municipality in nayagarh
ପ୍ରଶାସନର ତରବରିଆ ନିଷ୍ପତ୍ତି, ଥଇଥାନ ନକରି ଉଚ୍ଛେଦ
author img

By

Published : Feb 2, 2022, 3:26 PM IST

ନୟାଗଡ଼: ମ୍ୟୁନସିପାଲିଟିର ଜବରଦଖଲ ଉଚ୍ଛେଦ। ଲୋକଙ୍କୁ ଥଇଥାନ ନକରି ତରବରିଆ ଭାବେ ମ୍ୟୁନସିପାଲିଟିର ଏଭଳି ପଦକ୍ଷେପକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

ପ୍ରଶାସନର ତରବରିଆ ନିଷ୍ପତ୍ତି, ଥଇଥାନ ନକରି ଉଚ୍ଛେଦ !

ଆଜି (ବୁଧବାର) ପୁଣି ନୟାଗଡ଼ ଜିଲ୍ଲା ମ୍ୟୁନସିପାଲିଟି ପକ୍ଷରୁ ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଦୀର୍ଘ 25 ବର୍ଷ ଧରି ନୟାଗଡ଼ ତ୍ରିନାଥ ଛକ ଠାରେ ତିନୋଟି ପରିବାର ସରକାରୀ ଜାଗା ଜବରଦଖଲ କରି ରଖିଥିଲେ। ତେଣୁ ଏନେଇ ନୟାଗଡ଼ ମ୍ୟୁନସିପାଲିଟି କର୍ତ୍ତୃପକ୍ଷ ଓ ନୟାଗଡ଼ ତହସିଲଦାରଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି ।

ତେବେ ଉଚ୍ଛେଦ ପରିବାରକୁ ଥଇଥାନ ନକରି ତରବରିଆ ଭାବେ ପ୍ରଶାସନର ଏଭଳି ନିଷ୍ପତ୍ତି ବିସ୍ଥାପିତଙ୍କୁ ସମସ୍ୟାରେ ପକାଇଛି। ତେଣୁ ଉକ୍ତ ପରିବାରକୁ ଶୀଘ୍ର ଥଇଥାନ କରିବାକୁ ଜନସାଧାରଣରେ ଦାବି ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.