ଖୋର୍ଦ୍ଧା: ଥମୁନି କୋରୋନା ପ୍ରଭାବ। ଏନେଇ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ଚାନ୍ଦପୁର ପଞ୍ଚାୟତକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ପଞ୍ଚାୟତରୁ ଏକସଙ୍ଗେ ୨୬ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହେବାପରେ ସ୍ଥାନୀୟ ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏଭଳି ପଦକ୍ଷେପ ନେଇଛନ୍ତି ।
ନୟାଗଡ଼ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଚାନ୍ଦପୁର ମାର୍କେଟ ଓ ଗାଁ ରେ ଗୋଟିଏ ଦିନରେ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ସାହିର ୧୫ ଜଣ କୋରୋନା ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ସାହିର ଆଉ ୫ ଜଣ ଚିହ୍ନଟ ହୋଇଛନ୍ତି ।

ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରପଞ୍ଚ ଶନିବାର ଦିନ ୨ଟା ଠାରୁ ଆସନ୍ତା ୨ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସଟଡାଉନ୍ ନିଷ୍ପତ୍ତି ନେଇଛନ୍ତି । ବ୍ୟବସାୟର କେନ୍ଦ୍ରସ୍ଥଳ ପାଲଟିଥିବା ଚାନ୍ଦପୁର ମାର୍କେଟକୁ ସାନିଟାଇଜ୍ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ