ETV Bharat / state

ନୟାଗଡରେ କୃଷି ବିଲ୍‌କୁ ବିରୋଧ, ଗର୍ଜିଲେ ଚାଷୀ - Nayagarh farmers

କୃଷି ବିଲ୍କୁ ବିରୋଧ କରି ନୟାଗଡରେ ଗର୍ଜିଲେ ଚାଷୀ । ଜଣାଇଲେ ପ୍ରତିବାଦ । ଅଧିକ ପଢନ୍ତୁ...

ନୟାଗଡରେ କୃଷି ବିଲ୍‌କୁ ବିରୋଧ, ଗର୍ଜିଲେ ଚାଷୀ

author img

By

Published : Sep 26, 2020, 1:37 PM IST

ନୟାଗଡ: କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ୍‌ ଓ ସଂଶୋଧିତ ଅତ୍ୟାବଶ୍ୟକ ସାମଗ୍ରୀ ବିଲ୍‌ ଆଦି ବିରୋଧରେ ଶୁକ୍ରବାର ଦିଆଯାଇଥିବା ବନ୍ଦ ଡାକରାରେ ସାମିଲ ହୋଇଛନ୍ତି ରାଜ୍ୟର ଏକାଧିକ କୃଷକ ସଂଗଠନ । ଏହି ପରିପ୍ରେକ୍ଷୀରେ ନୟାଗଡର ବିଭିନ୍ନ ସ୍ଥାନରେ କୃଷି ଆଇନକୁ ବିରୋଧ କରାଯାଇଛି l

ବହୁ କୃଷକ ସଂଗଠନ ନୟାଗଡରେ ବିକ୍ଷୋଭ, ନାରାବାଜି, ଶୋଭାଯାତ୍ରା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ନୟାଗଡ ମଧ୍ୟଖଣ୍ଡରେ ଅଖିଳ ଭାରତୀୟ କୃଷକ ସଭା ଓ ରଣପୁରରେ ସିପିଆଇ(ଏମ୍) ଏବଂ ସିଆଇଟିୟୁ ମିଳିତ ଭାବେ ପ୍ରତିବାଦ କରିଛନ୍ତି l

ନୟାଗଡରେ କୃଷି ବିଲ୍‌କୁ ବିରୋଧ, ଗର୍ଜିଲେ ଚାଷୀ

ଏଥିରେ ଜିଲ୍ଲାର ଶତାଧିକ ଚାଷୀମାନେ ସାମିଲ ହୋଇଛନ୍ତି l ଆନ୍ଦୋଳନକାରୀମାନେ ରଣପୁର ବଜାର ପରିକ୍ରମା କରି ପଞ୍ଚୁଦୋଳ ପଡିଆ ଠାରେ ଧାରଣାରେ ବସି ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.