ନୟାଗଡ଼: ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୟତ ଢୋଲମରା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଉପନିର୍ବାଚନର ଭୋଟ ଗଣତି ଶେଷ ହୋଇଛି । ସରପଞ୍ଚ ଉପନିର୍ବାଚନରେ ପ୍ରାର୍ଥୀନୀ ଟିକିନା ବେହେରା ଖୋଲାବହି ଚିହ୍ନରେ ଲଢ଼ିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପ୍ରଶାନ୍ତ କୁମାର ସେଠୀ ମାଛ ଚିହ୍ନରେ ଲଢୁଥିଲେ ।
ଏହି ନିର୍ବାଚନରେ ଟିକିନା ବିଜୟିନୀ ହୋଇଛନ୍ତି l ପଞ୍ଚାୟତର ୨୮୫୪ ଜଣ ଭୋଟର ମତଦାନ କରିଥିବା ବେଳେ ସେଥିରୁ ୨୨ଖଣ୍ଡ ଭୋଟ ନାକଚ୍ ହୋଇଛି । ଏହି ନିର୍ବାଚନରେ ପ୍ରଶାନ୍ତ କୁମାର ସେଠୀ ୧୨୮୭ ଖଣ୍ଡ ଭୋଟ ପାଇଥିବା ବେଳେ ଟିକିନା ବେହେରା ୧୫୪୫ ଖଣ୍ଡ ଭୋଟ ପାଇଥିଲେ ।
ଟିକିନା ବେହେରା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଶାନ୍ତ କୁମାର ସେଠୀଙ୍କୁ ୨୫୮ ଖଣ୍ଡ ଭୋଟରେ ପରାସ୍ତ କରି ଉପନିର୍ବାଚନରେ ବିଜୟୀ ହୋଇଛନ୍ତି l କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ ଗଣତି କାର୍ଯ୍ୟକ୍ରମ ହୋଇଥିବା ବେଳେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ