ETV Bharat / state

ପାହାଡ଼ ଉପରେ ଦେବଲୋକର ଭ୍ରମ, ମହାଭାରତ ଯୁଗର ଅନେକ ଘଟଣା ହୋଇଛି ଦୃଶ୍ୟମାନ

ଦ୍ରୌପଦୀଙ୍କ ସ୍ୱୟଂମ୍ବର ସଭାର ଜୀବନ୍ତ ଦୃଶ୍ୟ । କପିଦ୍ୱଜ ରଥରେ ଭୀଷ୍ମଙ୍କ ଗର୍ବ ଗଞ୍ଜନ ସମୟ ପ୍ରତିମୂର୍ତ୍ତୀ ରହିଛି । ପାହାଡ଼ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଏକ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଛି । ମର୍ଦ୍ଦରାଜପୁର ପାହାଡ଼ ଉପରରେ ରହିଛି ଏମିତି ସ୍ଥାନ l ଅଧିକ ପଢନ୍ତୁ

author img

By

Published : Nov 14, 2021, 10:45 PM IST

ପାହାଡ଼ ଉପରେ ଦେବଲୋକର ଭ୍ରମ :ମହାଭାରତ ଯୁଗର ଅନେକ ଘଟଣା ହୋଇଛି ଦୃଶ୍ୟମାନ

ନୟାଗଡ : ପାହାଡ ଉପରେ ଦେବଲୋକର ଭ୍ରମ l ଦ୍ରୌପଦୀଙ୍କ ସ୍ୱୟଂମ୍ବର ସଭାର ଜୀବନ୍ତ ଦୃଶ୍ୟ ହେଉ କିମ୍ବା କପିଦ୍ୱଜ ରଥରେ ଭୀଷ୍ମଙ୍କ ଗର୍ବ ଗଞ୍ଜନ ସମୟ ପ୍ରତିମୂର୍ତ୍ତୀ ରହିଛି । ପାହାଡ଼ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଏକ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଛି । ଏ ଦୃଶ୍ୟ ହେଉଛି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ମର୍ଦ୍ଦରାଜପୁର ପାହାଡ଼ ଉପରର l ଏ ସ୍ଥାନ ମଧ୍ୟ ଓଡ଼ିଶାର ପ୍ରସିଦ୍ଧ ମା ଘଣ୍ଟେଶ୍ୱରୀଙ୍କ ଭ୍ରମ ସୃଷ୍ଟି କରୁଛି l ପାହାଡ଼ ଉପରେ ମୁଣ୍ଡିଆ ହନୁମାନ ହେଉଛନ୍ତି ମୂଳ ଆରାଧ୍ୟ ଠାକୁର l

ମା 'କନକ ଦୁର୍ଗାଙ୍କର ଅପୂର୍ବ ଲାଳିତ୍ୟ ସୁନ୍ଦର ଦୃଶ୍ୟ ଏଠାରେ ଦେଖିବାକୁ ମିଳେ l ମା 'ଙ୍କ ପାଖରେ ଯିଏ ଯାହା ମାନସିକ ରଖେ । ତାହା ପୂରଣ ହୁଏ ବୋଲି ପ୍ରଗାଢ଼ ଲୋକ ବିଶ୍ୱାସ ରହିଛି l ଆଉ ମାନସିକ ପୂର୍ଣ୍ଣ ହେଲା ପରେ ମାନସିକ କପଡା ଏଠାରେ ଲୋକେ ବାନ୍ଧିଥାନ୍ତି l ଏହା ଓଡ଼ିଶାର ଘଣ୍ଟେଶ୍ୱରୀ ସ୍ଥାନ ପରି ଲୋକେ କୁହନ୍ତି l ପୂର୍ବ ପାହାଡ଼ରେ ମୁଣ୍ଡିଆ ହନୁମାନ ପୂଜା ପାଉଥିବା ବେଳେ ପଶ୍ଚିମ ପାହାଡ଼ରେ ଦ୍ରୌପଦୀଙ୍କ ସ୍ଵୟମ୍ବର ସଭା, ଭୀଷ୍ମଙ୍କ ଗର୍ବ ଗଞ୍ଜନ ଦୃଶ୍ୟ, ଚତୁର୍ଦ୍ଧାମୂର୍ତ୍ତି, ଗଜଉଦ୍ଧାର ଦୃଶ୍ୟ, ଦଶାଵତାର,ମା କନକଦୁର୍ଗା ଏବଂ ମା ମହିଷାସୁର ମର୍ଦ୍ଧିନୀ ପୂଜା ପାଉଛନ୍ତି l

ସେହିପରି ପଞ୍ଚଲିଙ୍ଗେଶ୍ୱର, ଶ୍ରବଣ କୁମାରଙ୍କ ପିତୃ ଭକ୍ତି, ଶିବ ତାଣ୍ଡବ ଦୃଶ୍ୟ ଏଠାରେ ଦେଖିବାକୁ ମିଳେ l ପାହାଡ଼ର ଶୀର୍ଷରେ ପାତାଳି କନକ ଦୁର୍ଗା, ମାମୁଁ -ଭଣଜା ପାହାଡ଼ ଏବଂ ମା ଦୁର୍ଗାଙ୍କ ଏକାଧିକ ଅବତାରର ଦୃଶ୍ୟ l ମାମୁଁ -ଭଣଜା ପାହାଡ଼ ଗୁମ୍ଫା ଦେଇ ଭକ୍ତମାନେ ଯାତାୟାତ କରିଥାନ୍ତି l ଏ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ 108 ଦେବାଦେବୀଙ୍କୁ ସ୍ଥାପନା ପାଇଁ ପ୍ରୟାସ କରାଯାଉଛି l ଘଞ୍ଚ ଜଙ୍ଗଲ ସହ ପାହାଡ ଉପରେ ଦେବାଦେବୀଙ୍କ ସ୍ଥାପନା ଓ ପାଖ ଗାଁର ପ୍ରାକୃତିକ ସବୁଜିମାର ଦୃଶ୍ୟ ବେଶ ମନଛୁଆ l

କେବଳ ଶୀତ ଋତୁ ନୁହେଁ ବର୍ଷ ତମାମ ଏହି ସ୍ଥାନ ଏବେ ଜନ ଗହଳିରେ ପରିପୂର୍ଣ୍ଣ ହୋଇଛି l 1977 ମସିହାରେ ଜନୈକ ମହିଳା ଏହି ପାହାଡ଼ ତଳ ଦେଇ ଗାଧୋଇ ଯାଉଥିବା ବେଳେ ଦେଖାଦେଇଥିଲା ବିପଦ l ସେ ଠାକୁରଙ୍କ ସୁମରଣ କରିବାରୁ ମୁଣ୍ଡିଆ ହନୁମାନ ତାଙ୍କୁ ଉଦ୍ଧାର କରିଥିଲେ l ସେବେ ଠାରୁ ମୁଣ୍ଡିଆ ହନୁମାନ ସମସ୍ତଙ୍କ ଆରାଧ୍ୟ ଠାକୁର ହୋଇପାରିଛନ୍ତି l ଏହାପରେ ଏହି ସ୍ଥାନର ବିକାଶ ପାଇଁ ଅଞ୍ଚଳବାସୀ ପଣ କରିଛନ୍ତି l ସରପଞ୍ଚ ବୈକୁଣ୍ଠନାଥ ଗୋଛିଙ୍କ ତତ୍ୱାବଧାନରେ ଏବଂ ମର୍ଦ୍ଦରାଜପୁର ଗ୍ରାମବାସୀ ସହାୟତାରେ ଏହା ଏକ ସୁନ୍ଦର ସ୍ଥାନରେ ପରିଣତ ହୋଇପାରିଛି l ସରକାରଙ୍କ ତରଫରୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିଲେ । ଏହି ସ୍ଥାନ ଅନେକ ଉନ୍ନତି ହୋଇପାରନ୍ତା l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.