ETV Bharat / state

ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି - District Child Protection Unit

ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ନୟାଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀମାନେ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଅଧିକ ପଢନ୍ତୁ...

ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା ଦାବି

author img

By

Published : Feb 26, 2021, 10:46 AM IST

Updated : Feb 26, 2021, 10:51 AM IST

ନୟାଗଡ଼:ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀମାନେ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧିନରେ ନୟାଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ୨୦୧୩ ମସିହାଠାରୁ ଜିଲ୍ଲାରେ ଥିବା ଅବହେଳିତ ଶିଶୁମାନଙ୍କ ନିମନ୍ତେ କାର୍ଯ୍ୟ କରି ଆସୁଅଛି । ଦୀର୍ଘ ୮ ବର୍ଷ ସମୟ ଧରି ଏଠାରେ କାର୍ଯ୍ୟରତ କର୍ମଚାରୀମାନେ କାର୍ଯ୍ୟ କରି ଆସୁଛନ୍ତି । ସମସ୍ତ କର୍ମଚାରୀମାନେ ସରକାରଙ୍କ ଚୁକ୍ତି ଭିତ୍ତିକ ନିୟମାବଳୀ ଅନୁସାରେ ନିଯୁକ୍ତି ପାଇଛନ୍ତି । କିନ୍ତୁ ବିଗତ ୮ ବର୍ଷ ଧରି ସରକାରଙ୍କ ନିମନ୍ତେ କାର୍ଯ୍ୟକରିବା ସତ୍ତ୍ବେ ଚାକିରି ସ୍ଥାୟୀ କରାଯାଉ ନାହିଁ ।

ତତ ସହିତ ଖୁବ କମ ପାରିଶ୍ରମିକରେ ସେମାନଙ୍କୁ ନିୟୋଜିତ କରାଯାଇଅଛି । ଯାହାକି ନିମ୍ନତମ ମାସିକ ଦରମାଠାରୁ ବହୁତ କମ୍ ଅଟେ । ଏନେଇ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା ଦାବି କରାଯାଇଛି ।

୨୦୧୩ ପରଠାରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସ୍ଥାପନ କରାଯାଇ ଅବହେଳିତ, ଯତ୍ନ ଓ ସୁରକ୍ଷା ଲୋଡୁଥିବା ଶିଶୁମାନଙ୍କର ଥଇଥାନ ବ୍ୟବସ୍ଥା କରାଯାଉଛି । ରାଜ୍ୟରେ କିଶୋର ନ୍ୟାୟ ଆଇନ ତଥା ଶିଶୁମାନଙ୍କ ପ୍ରତି ଯୌନ ଅତ୍ୟାଚାର ପ୍ରତିଶୋଧ ଅଧିନିୟମ ତଥା ବାଲ୍ୟ ବିବାହ ଆଦି କ୍ଷେତ୍ରରେ ଲୋକଙ୍କୁ ସଚେତନ କରାଉଛନ୍ତି ମଧ୍ୟ l ତେଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ନିୟମିତ କରିବାକୁ ଦାବି ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

Last Updated : Feb 26, 2021, 10:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.