ETV Bharat / state

ଜରିପଡାରେ ମିନି ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଦାବି

ଅନ୍ଧକାର ଭିତରେ ଗତି କରୁଛି ନୟାଗଡ ଜିଲ୍ଲାର ଜରିପଡାରେ ଥିବା କୁନି କୁନି ଶିଶୁଙ୍କ ଭବିଷ୍ୟତ । ଗାଁରେ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଗ୍ରାମବାସୀଙ୍କ ଦାବି । ଅଧିକ ପଢନ୍ତୁ...

ନୟାଗଡ ଜରିପଡାରେ ମିନି ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଦାବି

author img

By

Published : Nov 5, 2020, 12:34 PM IST

ନୟାଗଡ: ଜିଲ୍ଲାର ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ଜରିପଡା ଗାଁରେ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଦାବି କରିଛନ୍ତି ଗ୍ରାମବାସୀ l ଗାଁରେ ଏକ ଅଙ୍ଗନବାଡି କେନ୍ଦ୍ର ଆବଶ୍ୟକ ଥିବାବେଳେ, ଉକ୍ତ ଗାଁରେ ନ ଖୋଲି ଅନ୍ୟତ୍ର ଖୋଲିଥିବାରୁ ସେଠାରେ ପିଲାମାନଙ୍କ ନାଁ ଲେଖାଯାଇଛି l କିନ୍ତୁ ପିଲାମାନେ ନେଳିପଡାରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଯାଇପାରୁ ନାହାନ୍ତି। କାରଣ ନେଳିପଡାକୁ ଯିବାକୁ ହେଲେ 5 କିମି ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ। ରାସ୍ତାରେ ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କ ଭୟ ରହିଛି l ତେଣୁ ପିଲାମାନେ ଅଙ୍ଗନବାଡି କେନ୍ଦ୍ରକୁ ଯାଇପାରୁନାହାନ୍ତି । ଫଳରେ ଅନ୍ଧାରକୁ ଠେଲି ହୋଇଯାଇଛି କୁନି କୁନି ପିଲାଙ୍କ ଭବିଷ୍ୟତ l

ନୟାଗଡ ଜରିପଡାରେ ମିନି ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଦାବି

କେବଳ ତାଙ୍କ ଘରେ ପିଲାଙ୍କ ଶୁଖିଲା ଖାଦ୍ୟ ବଣ୍ଟାଯାଉଛି l ଗ୍ରାମବାସୀମାନେ ଗାଁରେ ମିନି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଆବେଦନ କଲେ ନେଳିପଡା ଅଙ୍ଗନବାଡ଼ି କର୍ମୀ ବିରୋଧ କରୁଛନ୍ତି l ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.