ETV Bharat / state

ସିଆଇଟିୟୁର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶ୍ରମିକଙ୍କୁ ସହାୟତା ଦାବି

author img

By

Published : May 30, 2021, 10:11 PM IST

ସିଆଇଟିୟୁର 51 ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ସରକାରଙ୍କ ମାରଣାନୀତିକୁ ବନ୍ଦ କରିବା ସହ ଶ୍ରମିକଙ୍କୁ ସହାୟତା ଦେବାକୁ ଦାବି । ଅଧିକ ପଢନ୍ତୁ...

ସି ଆଇ ଟିୟୁର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶ୍ରମିକଙ୍କୁ ସହାୟତା ଦାବୀ

ନୟାଗଡ଼: ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ଥ ବିନୋଦପଡା ଠାରେ ସିଆଇଟିୟୁର ୫୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ମେ' ୩୦ ତାରିଖ ଦେଶବ୍ୟାପୀ ଆଜି ଭାରତର ଶ୍ରମିକ ସଙ୍ଗଠନ କେନ୍ଦ୍ର ସିଟୁର ୫୧ ତମ ପ୍ରତିଷ୍ଠା ଦିବସ ବିଭିନ୍ନ ବର୍ଗର ଶ୍ରମିକ ମାନଙ୍କ ତରଫରୁ ପାଳନ ହେଉଥିଲା ବେଳେ ରଣପୁର ବ୍ଲକ ବିନୋଦପଡା ଠାରେ ସି ଆଇଟିୟୁ ତରଫରୁ କୋଭିଡ ୧୯ ନିୟମ ମାନି ପାଳନ ହୋଇ ଯାଇଛି ।

ଏହି ପରିପ୍ରେକ୍ଷୀରେ ସଂଗଠନର ଲାଲ ପତାକାକୁ ଶ୍ରମିକ ନେତା ସୁରେଶ ସ୍ବାଇଁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲା ବେଳେ ସମସ୍ତେ ସହୀଦ ବେଦିରେ ମାଲ୍ୟାର୍ପଣ କରିଥିଲେ । ପ୍ରଶାନ୍ତ କୁମାର ସାମନ୍ତସିଂହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ସଭାରେ ବକ୍ତାମାନେ କେନ୍ଦ୍ରରେ ମୋଦୀ ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମିକ କୋଡ଼ ପ୍ରତ୍ୟାହାର ପାଈଁ ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ବାନ ଦେବା ସହ କରୋନା ମହାମାରୀ ଯୋଗୁଁ ଚାଲିଥିବା ଲକଡାଉନରେ ଶ୍ରମିକ ମାନେ କାମ ହରାଇ ନାହିଁ ନ ଥିବା ହଇରାଣ ହେଉଛନ୍ତି ।

କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନାହିଁ । ଏଥିପାଇଁ ସରକାର ଲକ ଡାଉନ ସମୟରେ ପ୍ରତି ଗରିବୀ ଶ୍ରମିକ ପରିବାରକୁ ମୁଣ୍ଡପିଛା ରାସନ 10 କିଲୋ ଓ ମାସିକ ସ୍ଵତନ୍ତ୍ର ସହାୟତା ୭୫୦୦ଟଙ୍କା ୬ ମାସ ପାଇଁ ଯୋଗାଇ ଦେବାକୁ ଦାବି କରିଥିଲେ । ତା' ସହ ଚାଷୀ ବିରୋଧୀ କୃଷି ଆଇନ୍ ବାତିଲ କରିବାକୁ ଦାବୀ କରିଥିଲେ । କୋରୋନା ଚିକିତ୍ସାକୁ ସରକାର ତ୍ୱରାନ୍ବିତ କରବାକୁ ବକ୍ତାମାନେ ଦାବୀ କରିଥିଲେ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.