ନୟାଗଡ଼: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ହେଲେ ଦେବାଶିଷ ପଟ୍ଟନାୟକ । ରାଜସୁନାଖଳା ୨୨ ନମ୍ବର ଜିଲ୍ଲା ପରିଷଦ ଜୋନର ସଭ୍ୟ ହେଉଛନ୍ତି ଦେବାଶିଷ । ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ନୟାଗଡ଼ରେ ୨୨ ଜଣ ବିଜେଡି ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ରହିଥିଲେ ।
ନୟାଗଡ଼ରେ ଜଣେ ସ୍ୱାଧୀନ ସଭ୍ୟ ମଧ୍ୟ ରହିଥିଲେ । ପରବର୍ତ୍ତୀ ସମୟରେ ସ୍ୱାଧୀନ ସଭ୍ୟ ଜଣକ ମଧ୍ୟ ବିଜେଡିକୁ ସମର୍ଥନ ଦେଇଛନ୍ତି । ଫଳରେ ଦେବାଶିଷ ପଟ୍ଟନାୟକ ଏଠାରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ