ETV Bharat / state

ରୋଗ ଚିହ୍ନି ପାରୁନି ଡାକ୍ତର, ବିଗିଡି ଚାଲିଛି ଦଣ୍ଡୁଙ୍କ ସ୍ବାସ୍ଥ୍ୟାବସ୍ଥା

author img

By

Published : Nov 26, 2020, 3:02 PM IST

ଅଜଣା ରୋଗରେ ପୀଡ଼ିତ ଦଣ୍ଡୁ ରାଉତ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ପାଇଁ କେଲେ ନିବେଦନ । ଅଧିକ ପଢ଼ନ୍ତୁ...

Dandu Raut suffering from an unknown disease, Dandu raout of nayagarh, Call for government assistance, ଅଜଣା ରୋଗରେ ପୀଡ଼ିତ ଦଣ୍ଡୁ ରାଉତ, ଚିକିତ୍ସା ପାଇଁ ଅର୍ଥ ବାଧକ, ସରକାରୀ ସହାୟତାକୁ ଅପେକ୍ଷା, ନୟାଗଡ଼ ଖବର
ରୋଗ ଚିହ୍ନି ପାରୁନି ଡାକ୍ତର, ବିଗିଡ଼ି ଚାଲିଛି ଦଣ୍ଡୁଙ୍କ ସ୍ବାସ୍ଥ୍ୟାବସ୍ଥା

ନୟାଗଡ଼: ଜିଲ୍ଲାର ଖୁଣ୍ଟୁବନ୍ଧ ଗ୍ରାମ ପଞ୍ଚାୟତ ଅଶ୍ବସ୍ଥପଡ଼ା ଗ୍ରାମର ସ୍ବର୍ଗତ ଛାଟିଆ ରାଉତଙ୍କ ପୁଅ ଦଣ୍ଡୁ ରାଉତ । ବୟସ 28 ବର୍ଷ । କିନ୍ତୁ ଦଣ୍ଡୁ ଏବେ ଅଜଣା ରୋଗରେ ଆକ୍ରାନ୍ତ । ଡାକ୍ତର ରୋଗ ଚିହ୍ନି ପାରୁନାହାଁନ୍ତି । ଫଳରେ ଦିନ ଦିନକୁ ତାଙ୍କ ଶରୀର ଅସୁସ୍ଥ ହେବାରେ ଲାଗିଛି । ଦେହ ଦୁର୍ବଳ ହେଉଥିବାରୁ କଥା ପଦେ କହିବାକୁ ଅକ୍ଷମ । କିଛି ବର୍ଷ ପୂର୍ବେ ଦଣ୍ଡୁଙ୍କ ବାପା ଆରପାରିକୁ ଚାଲିଯାଇଛନ୍ତି । 28 ବର୍ଷୀୟ ଦଣ୍ଡୁଙ୍କ ଉପରେ ପରିବାର ନିର୍ଭରଶୀଳ । କିନ୍ତୁ ଦଇବ ଶାହା ହେଲାନି । ରୋଗରେ ପଡ଼ିଲେ ଦଣ୍ଡୁ l

ଦଣ୍ଡୁଙ୍କୁ ଛାଡ଼ି ଘରେ ଆଉ କେହି ରୋଜଗାରିଆ ନାହାଁନ୍ତି । ବାପାଙ୍କ ମୃତ୍ୟୁ ପରେ ଏକମାତ୍ର ରୋଜଗାରିଆ ପୁଅ ରୋଗରେ ପୀଡ଼ିତ । ଘରେ 4 ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟ । 3 ବର୍ଷ ହେବ ଦଣ୍ଡୁ ବିବାହ କରିଛନ୍ତି । ତାଙ୍କର ଝିଅଟିଏ ମଧ୍ୟ ଅଛି । ଦଣ୍ଡୁ ରାଉତ ଅସୁସ୍ଥ ଅଟନ୍ତି । ମେଡିକାଲ ନେଇ ଡାକ୍ତରଙ୍କୁ ଦେଖାଇଲେ ମଧ୍ୟ ଡାକ୍ତର ରୋଗକୁ ଚିହ୍ନଟ କରିପାରୁନାହାଁନ୍ତି । ମେଡିକାଲ ଯାଇ ଯାଇ ପରିବାର ଲୋକେ ବହୁତ ଖର୍ଚ୍ଚାନ୍ତ ହେଲେଣି l ଯାହା ଅର୍ଥ ଥିଲା ସବୁ ସରିଗଲାଣି । ଆଗକୁ ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ ।

ସେଥିପାଇଁ ବଡ଼ ଡାକ୍ତରଖାନାରେ ଦେଖାଇ ପାରୁନାହାନ୍ତି କି ପ୍ରକୃତ ରୋଗ ଚି଼ହ୍ନଟ କରିପାରୁନାହାନ୍ତି । ପ୍ରଶାସନ ଦଣ୍ଡୁଙ୍କୁ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.