ETV Bharat / state

Manas Murder Case: ନୟାଗଡରେ କ୍ରାଇମବ୍ରାଞ୍ଚ ଟିମ, ସତ କହୁନି ଲେଡି କିଲର ଶର୍ମିଷ୍ଠା

author img

By

Published : Apr 1, 2022, 5:52 PM IST

Updated : Apr 1, 2022, 7:01 PM IST

କଟକ, ଭୁବନେଶ୍ବର, ଭଦ୍ରକର କ୍ରାଇମ ସ୍ପଟରେ କ୍ରାଇମ ସିନ୍‌ର ରିକ୍ରିଏସନ ପରେ ଏବେ ନୟାଗଡ଼ରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ । ଏଠାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ହତ୍ୟାକାଣ୍ଡର ପୁରା କାହାଣୀ ବଖାଣୁଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Manas Murder Case: କ୍ରାଇମ ସିନ ରିକ୍ରିଏସନ ପାଇଁ ନୟାଗଡ଼ରେ କ୍ରାଇମବ୍ରାଞ୍ଚ ଟିମ

ନୟାଗଡ଼: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣାର ଚାଲିଛି କ୍ରାଇମ ସିନ ରିକ୍ରିଏସନ । କଟକ, ଭୁବନେଶ୍ବରର ଦୀନଦୟାଲ ଆଶ୍ରମ, ଭଦ୍ରକର ପଳାଶପୁର ଆଦି କ୍ରାଇମ ସ୍ପଟରେ କ୍ରାଇମ ସିନ ରିକ୍ରିଏସନ ପରେ ଏବେ ନୟାଗଡ଼ର ରଣପରୁ ଥାନା ଅଞ୍ଚଳରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ । ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସହ ଟିମ ବଧିପାଟଣା ନୂଆକାଟେଣୀରେ ପହଞ୍ଚି ହୋଇଛି କ୍ରାଇମ ସିନ୍‌ର ରିକ୍ରିଏସନ । ବାରମ୍ବାର ପଚାରିବା ପରେ, ହଁ ନାହିଁରେ ଉତ୍ତର ଦେଉଛି ଲେଡି କିଲର ଶର୍ମିଷ୍ଠା ।

କଡା ସୁରକ୍ଷା ମଧ୍ୟରେ କ୍ରାଇମ ରିକ୍ରିଏସନ କରିବା ପାଇଁ ଅଭିଯୁକ୍ତ ମାନଙ୍କୁ ଧରି ପହଞ୍ଚିଛି କ୍ରାଇମ ବ୍ରାଞ୍ଚ ଟିମ । ମୃତ ମାନସଙ୍କୁ ଏହି ସ୍ଥାନରେ ପୋତାଯାଇଥିଲା । ଏବେ ଏଠାରେ କ୍ରାଇମ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ ଟିମ । ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଧରି କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ରହିଛି । କ୍ରାଇମ ରିକ୍ରିଏସନ ଚାଲିଛି କିନ୍ତୁ ସବୁ ସତ କହୁନି ଲେଡି କିଲର ଶର୍ମିଷ୍ଠା । କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ ବାରମ୍ବାର କିଛି ପଚାରିବା ପରେ, ହଁ ନାହିଁରେ ଉତ୍ତର ଦେଉଛି ଶର୍ମିଷ୍ଠା । ବାରମ୍ବାର ପଚାରିବା ପରେ ଅଳ୍ପ ଅଳ୍ପ କହୁଥିବା ଦେଖିବାକୁ ମିଳିଛି । ନୟାଗଡ଼ ରଣପୁର ବଧିପାଟଣାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ କ୍ରାଇମ ରି କ୍ରିଏସନ କରୁଛି l

ତେବେ ସୂଚନା ଥାଉ କି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଆଜି ବିଭିନ୍ନ ଜିଲ୍ଲାର ହୋଇଥିବା କ୍ରାଇମ ସ୍ପଟକୁ ନେଇଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା କଟକ ସମେତ ଭୁବନେଶ୍ବରର ଦୟାଲ ଆଶ୍ରମ ଓ ଭଦ୍ରକ ଜିଲ୍ଲାର ପଳାଶପୁରଠାରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି କ୍ରାଇମର ରିକ୍ରିଏସନ କରାଯାଇଛି ।

ଏହା ବି ପଢନ୍ତୁ- Manas Murder Mystery: କ୍ରାଇମ ସିନ ରିକ୍ରିଏସନ ପାଇଁ ଭଦ୍ରକରେ କ୍ରାଇମବ୍ରାଞ୍ଚ

ରାଜଧାନୀର ଦୟାଲ ଆଶ୍ରମରେ କିଭଳି ହତ୍ୟା କରାଯାଇଥିଲା ? ଅପହରଣ ଠାରୁ ମୃତଦେହ ପୋତିବା ପର୍ଯନ୍ତ । ଶର୍ମିଷ୍ଠା ଓ ତାଙ୍କ ଟିମ କେମିତି ଘଟାଇଥିଲେ ହତ୍ୟାର କାରାନାମା ? ସେସବୁକୁ ଦେଖାଇବା ସହ ହତ୍ୟାର ପୁରା କାହାଣୀ ବଖାଣିଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମଷ୍ଠା ରାଉତ । ଏହି ସମୟରେ କ୍ରାଇମବ୍ରାଞ୍ଚର ତିନୋଟି ଟିମ ଘଟଣା ସ୍ଥଳରେ ପୁରା ସିନର ଭିଡିଓ ରେକର୍ଡ଼ କରିଛନ୍ତି । ତେବେ ଆଶ୍ରମ ବାହାରେ କିଛି ପ୍ରମାଣ ଫୋପାଡିଥିବା ମଧ୍ୟ ଦେଖାଇଛନ୍ତି ଶର୍ମିଷ୍ଠା ।

ସେହିପରି ଭଦ୍ରକର ପଳାଶପୁରରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଥିବା ସମୟରେ ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଗହଳି ମଧ୍ୟରେ କ୍ରାଇମ ସିନର ରିକ୍ରିଏସନ କରିବାରେ ନାକେଦମ ହୋଇପଡିଥିଲା ଟିମ । ତଥାପି ଖୁବ କମ ସମୟ ମଧ୍ୟରେ କ୍ରାଇମ ସିନ୍‌ର ରିକ୍ରିଏସନ କରାଯାଇଥିଲା ।

ଏହା ବି ପଢନ୍ତୁ- Manas Murder Case: ସ୍ପଟ୍‌ରେ ଶର୍ମିଷ୍ଠା, ବିଭିନ୍ନ ସ୍ଥାନରେ ଚାଲିଛି କ୍ରାଇମ ସିନ୍ ରିକ୍ରିଏସନ୍

ଭଦ୍ରକର ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାଶପୁରରୁ ପ୍ରଥମେ ଅପହରଣ କରି ଭୁବନେଶ୍ଵରରେ ହତ୍ୟା ପରେ ମୃତଦେହକୁ ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳ ବଢିପାଟଣା ଧାନ ବିଲରୁ ଉଦ୍ଧାର କରାଯାଇଥିଲା । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ସାମ୍ନାକୁ ଆସିଥିଲା କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅପହରଣ ଓ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ଅସଲି ଚିତ୍ର ।

ପ୍ରଥମେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିଥିଲା ପୋଲିସ । ଏଥିସହ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଚାନ୍ଦବାଲି ପୋଲିସ ମାର୍ଚ୍ଚ ମାସ 21 ତାରିଖ ଦିନ ଗିରଫ କରିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଘଟଣାର ଗୁରୁତ୍ଵକୁ ଦେଖି ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Apr 1, 2022, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.