ETV Bharat / state

ଦରଦାମ ବୃଦ୍ଧି ନେଇ ରଣପୁରରେ CPIMର ବିକ୍ଷୋଭ ପ୍ରଦର୍ଶନ - ଦରଦାମ ବୃଦ୍ଧି

ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ନେଇ ସି ପି ଆଇ(ଏମ) ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ଦରଦାମ ବୃଦ୍ଧି ନେଇ  ରଣପୁରରେ CPIMର  ବିକ୍ଷୋଭ ପ୍ରଦର୍ଶନଦରଦାମ ବୃଦ୍ଧି ନେଇ  ରଣପୁରରେ CPIMର  ବିକ୍ଷୋଭ ପ୍ରଦର୍ଶନ
ଦରଦାମ ବୃଦ୍ଧି ନେଇ ରଣପୁରରେ CPIMର ବିକ୍ଷୋଭ ପ୍ରଦର୍ଶନ
author img

By

Published : Nov 4, 2021, 8:34 AM IST

ନୟାଗଡ଼: ଦରଦାମ ବୃଦ୍ଧି ନେଇ ରଣପୁରରେ ସିପି ଆଇ(ଏମ) ତରଫରୁ ବିକ୍ଷୋଭ ପ୍ରଦର୍ଶନ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆକାଶଛୁଆଁ ଦର ବୃଦ୍ଧି ନେଇ ଗତକାଲି ସିପି ଆଇ(ଏମ) ତରଫରୁ ରଣପୁର ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଦରଦାମ ବୃଦ୍ଧି ନେଇ ରଣପୁରରେ CPIMର ବିକ୍ଷୋଭ ପ୍ରଦର୍ଶନ

ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରା ରଣପୁର ପରିକ୍ରମା କରି ପଞ୍ଚୁଦୋଳ ପଡିଆରେ ରଣପୁର ଥାନା ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ଶହେ ଦିନରେ ଦର ଦାମ କମେଇ ଦେବା କଥା କହି ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଏବେ ବୃଦ୍ଧି ପାଇବାରେ ଲାଗିଛି । ଏଥି ସହ ରାଜ୍ୟ ସରକାର ଟାଟା କମ୍ପାନୀ ହାତକୁ ବିଦ୍ୟୁତ ବିଭାଗକୁ ଟେକିଦେଇ ଉପଭୋକ୍ତାଙ୍କୁ ଲୁଟୁଛନ୍ତି ବୋଲି ମଧ୍ୟ ବକ୍ତା ମାନେ ଅଭିଯୋଗ କରିଥିଲେ। ସରକାର ତୁରନ୍ତ ୧୯୫୫ ମସିହା ଆତ୍ୟାବଶ୍ୟକ ଆଇନକୁ ପୁନର୍ବାର ପ୍ରଚଳନ କରି ଦରଦାମ ନିୟନ୍ତ୍ରଣ କରିବାକୁ ସଙ୍ଗଠନ ତରଫରୁ ଦାବି କରା ଯାଇଥିଲା। ନଚେତ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଗଠନ ତରଫରୁ ସତର୍କ କରାଯାଇଛି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.