ETV Bharat / state

ନିମ୍ନମାନର ପାଇଖାନା ନିର୍ମାଣ କରି ଠିକାଦାର ଛୁ - nayagarh sochha bharat corruption

ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ସ୍ବଚ୍ଛ ଭାରତ ମିଶନରେ ମହାଘୋଟଲା । ନିମ୍ନମାନର ପାଇଖାନା ନିର୍ମାଣ କରି ଠିକାଦାର ଛୁ । ଅଧିକ ପଢନ୍ତୁ...

ପାଇଖାନା ନିର୍ମାଣରେ ମହାଘୋଟାଲା
ପାଇଖାନା ନିର୍ମାଣରେ ମହାଘୋଟାଲା
author img

By

Published : Mar 6, 2021, 10:50 PM IST

ନୟାଗଡ଼: ସ୍ୱଚ୍ଛଭାରତ ମିଶନରେ ସାଙ୍ଘାତିକ ଘୋଟଲା l ସ୍ୱଚ୍ଛତା ନାଁରେ ହୋଇଛି ମହାଦୁର୍ନୀତି l ନିମ୍ନମାନର ପାଇଖାନା ନିର୍ମାଣ କରି ଠିକାଦାର ଛୁ l ଠିକାଦାର ଓ ବିଭାଗୀୟ ଅଧିକାରୀମାନେ ମିଳିମିଶି ହଡ଼ପ କଲେ ଟଙ୍କା l ଆଉ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା l ଏଭଳି ଏକ ଅଭିଯୋଗ ଆସିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକରୁ l

ପାଇଖାନା ନିର୍ମାଣରେ ମହାଘୋଟାଲା

ସୂଚନାଯୋଗ୍ୟ, ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ଅଧୀନ ସୁକୁଟେଇଶାଳ ଏବଂ ଢିପସାହି ଗ୍ରାମବାସୀ ଏହି ଅଭିଯୋଗ କରିଛନ୍ତି l ପାଇଖାନାକୁ ଦେଖିଲେ ହିଁ ତାହାର ଚିତ୍ର ଏହି ଦୁର୍ନୀତିର ବୟାନ କରୁଛି । କେଉଁଠି ପାଇଖାନାର ଛାତ ଉଡ଼ି ଗଲାଣି ଆଉ କେଉଁଠି ପାଇଖାନାର କବାଟ ଲାଗିନି ଏବଂ ଆଉ କାହାର ନନ୍ଦ ଭାଙ୍ଗିଗଲାଣି l ଯାହାଫଳରେ ନିର୍ମାଣ ହୋଇଥିବା ପାଇଖାନାଗୁଡିକ ବ୍ୟବହାର ଉପଯୋଗୀ ନହେବାରୁ ବାଧ୍ୟ୍ୟ ହୋଇ ଲୋକମାନେ ବାହାରେ ମଳ ତ୍ୟାଗ କରିବାକୁ ଯାଉଛନ୍ତି l

ସ୍ୱଚ୍ଛଭାରତ ଅଭିଯାନରେ ପାଇଖାନା ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ ବି ରଣପୁର ବ୍ଲକରେ 40 ପ୍ରତିଶତ ପାଇଖାନା ବ୍ୟବହାର ଉପଯୋଗୀ ହୋଇପାରୁନି l ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ କରୁଛନ୍ତି ଲୋକେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.