ETV Bharat / state

ମନରେଗାରେ ମହାଦୁର୍ନୀତି; 20 ହଜାର କାମ କରି 20 ଲକ୍ଷ ବିଲ୍‌ - Corruption in MNREGA yojana

ମନରେଗା ଯୋଜନା ମଣିଷ ବଦଳରେ କାମ କରୁଛି ମେସିନ । ଏହା ସହିତ ଗାଁ ପୋଖରୀ ଉନ୍ନତୀକରଣ ପାଇଁ ଆସିଥିବା ଟଙ୍କାକୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଚଳୁ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ମନରେଗାରେ ମହାଦୁର୍ନୀତି
ମନରେଗାରେ ମହାଦୁର୍ନୀତି
author img

By

Published : Jul 16, 2021, 8:44 AM IST

ନୟାଗଡ: ଶ୍ରମିକଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ଦେବା ପାଇଁ ସରକାରଙ୍କ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ । ଗାଁକୁ ଆସୁଥିବା ମନରେଗା କାମରେ ଶ୍ରମିକଙ୍କ ବଦଳରେ କାମ କରୁଛି ମେସିନ । ଏହା ସହିତ ଗାଁ ପୋଖରୀ ପୁନଃ ଉଦ୍ଧାର ପାଇଁ ଆସିଥିବା ଟଙ୍କାକୁ ମଧ୍ୟ ଚଳୁ ହୋଇଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି ନୟାଗଡ ଜିଲ୍ଲା ଭାପୁର ବ୍ଲକ ଚକ୍ରଧରପ୍ରସାଦ ଗ୍ରାମରୁ । ମନରେଗା ଦୁର୍ନୀତିରେ ଏକପ୍ରକାର ଭୂସ୍ବର୍ଗ ପାଲଟିଛି ଭାପୁର ବ୍ଲକ ।

ମନରେଗାରେ ମହାଦୁର୍ନୀତି

ସୂଚନାଅନୁସାରେ,ଭାପୁର ବ୍ଲକ ଚକ୍ରଧରପ୍ରସାଦ ଗାଁରେ ଥିବା ପୋଖରୀର ପୁଃନଉଦ୍ଧାର ପାଇଁ ଟଙ୍କା ଆସିଥିଲା । ଏହି ଟଙ୍କାକୁ ଚଳୁ କରଛନ୍ତି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀ । ଗାଁରେ ଥିବା ପୁରୁଣା ପୋଖରୀରେ ଜଳ ସଂରକ୍ଷଣ କାମ ପାଇଁ ମନରେଗାରୁ ପ୍ରାୟ 20 ଲକ୍ଷ ଟଙ୍କା ଆସିଥିଲା । ହେଲେ ଏହାକୁ ମିଳିତ ଭାବରେ ଚଳୁ କରିଦିଆଯାଇଛି । ମାତ୍ର 20 ଟ୍ରିପ ମାଟି ପକାଇ 20 ଲକ୍ଷର ବିଲ କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଗୋଟିଏ ପୋଖରୀ ହୋଇଥିବା ବେଳେ ଏହାକୁ 2ଟି ପୋଖରୀ ଦର୍ଶାଇ ଗୋଟିଏ ପୋଖରୀ ପିଛା ପ୍ରାୟ 10 ଲକ୍ଷ ଟଙ୍କା ଲେଖାଁଏ ଲୁଟ ହୋଇଛି ।

ପୁରୁଣିଆ ପୋଖରୀ ପାଇଁ 9 ଲକ୍ଷ ଏବଂ ସାନ ପୁରୁଣିଆ ପୋଖରୀ ପାଇଁ 9 ଲକ୍ଷ 79 ହଜାର ଟଙ୍କାର ବିଲ କରାଯାଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ଗାର୍ଡ ୱାଲରେ ମଧ୍ୟ ଦୁର୍ନୀତି ହୋଇଛି । ମନରେଗାରେ ଶ୍ରମିକ କାମ କରିବା ପରିବର୍ତ୍ତେ ଜେସିବିରେ କାମ ହୋଇଛି । କେବଳ ପୋଖରୀ ହୁଡ଼ାରେ ମାଟି ପକା ଯାଇ କାମ ଶେଷ କରାଯାଇଛି । ଦୁର୍ନୀତିକୁ ଲୁଚାଇବାକୁ ସୂଚନା ଫଳକକୁ ଭାଙ୍ଗି ଦିଆଯାଇଛି l

ଏ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ପ୍ରଶାସନ । ଏପଟେ ଭାପୁର ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ବିଡ଼ିଓ ଆଶିଷ କୁମାର ତ୍ରିପାଠୀ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି । କାମ ପାଉନଥିବା ଶ୍ରମିକଙ୍କୁ ନିଶ୍ଚିତ କର୍ମନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପରିକଳ୍ପନା କରାଯାଇଛି । ମାତ୍ର ଏହି ଯୋଜନା ଏବେ ଭାପୁର ବ୍ଲକରେ ଦୁର୍ନୀତି ପାଇଁ ଗଳାବାଟ ଖୋଲିଛି l ଚକ୍ରଧରପ୍ରସାଦ ଗାଁରେ ହୋଇଥିବା ଦୁର୍ନୀତିର ତଦନ୍ତ କରି ନୟାଗଡ଼ ଜିଲ୍ଲା ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ।

ନୟାୟଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.