ନୟାଗଡ଼: ଗର୍ଭବତୀଙ୍କ ଚିକିତ୍ସାରେ ବ୍ୟାପକ ଘୋଟାଲା । ସେ ପୁଣି ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାସିକିଆ ଖର୍ଚ୍ଚରେ ।ଏପରି ଅନିୟମିତତା ନୟାଗଡ ନୂଆ ଗଡ଼ିଆସହି ମେଡିକାଲରେ ହେଉଥିବା ଅଭିଯୋଗ ହୋଇଛି ।
ଖବର ଅନୁସାରେ, ପ୍ରତିମାସ 9 ତାରିଖ ଦିନ ଗର୍ଭବତୀ ମହିଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ବାସ୍ଥ୍ୟ ପରୀକ୍ଷା କରିବାପାଇଁ ଆସିଥାନ୍ତି । ସରକାର ସେମାନଙ୍କ ପାଇଁ 50 ଟଙ୍କା ଖର୍ଚ୍ଚ କରିଥାନ୍ତି । କିନ୍ତୁ ଏଥିରେ ବ୍ୟାପକ ଘୋଟଲା ସାମ୍ନାକୁ ଆସିଛି । ନୂଆ ଗଡ଼ିଆସହି ମେଡିକାଲରେ ମାତ୍ର 30 ଟଙ୍କାର ଶୁଖିଲା ଖାଦ୍ୟ ଦେଇଥିବାର ଅଭିଯୋଗ ହୋଇଛି । ସେଥିମଧ୍ୟରୁ 20 ଟଙ୍କାର ଅମୁଲ କୁଲ ଓ 10 ଟଙ୍କାର ବିସ୍କୁଟ । ଅବଶିଷ୍ଟ 20 ଟଙ୍କା ର ହିସାବ ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ ନାହିଁ ।
ଘଟଣା ସମ୍ପର୍କରେ ଜିଲ୍ଲା ଚିକିତ୍ସା ମୁଖ୍ୟାଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ସେ କହିଛନ୍ତି । ତେବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଚାଳନା କରୁଥିବା ଅଧିକାରୀ କ୍ୟାମେରା ଆଗରେ କିଛି କହିନଥିଲେ । କିନ୍ତୁ ସେ ସେଥିରୁ 10 ଟଙ୍କା ଖର୍ଚ୍ଚ କରୁଥିବା କହିଛନ୍ତି । ଏଭଳି ଘଟଣା ବାରମ୍ବାର ନୟାଗଡ଼ ଜିଲ୍ଲାକୁ ଆସୁଥିବା ବେଳେ, ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକ ରହିଛି ।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ