ETV Bharat / state

ନୟାଗଡରେ ଚାଲିଛି ରାମ ମନ୍ଦିର ନିର୍ମାଣ, ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ମୁଦ୍ଦା ଉଠାଇଲେ ଲୋକେ

author img

By

Published : Sep 11, 2021, 11:27 AM IST

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପାହାଡ଼ରେ ଉପରେ ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ l ଅଯୋଦ୍ଧା ମନ୍ଦିର ପରି ଦେଖାଯାଉଥିବାରୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ଦାବି କଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

ନୟାଗଡରେ ଚାଲିଛି ରାମ ମନ୍ଦିର ନିର୍ମାଣ, ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ମୁଦ୍ଦା ଉଠାଇଲେ ଲୋକେ
ନୟାଗଡରେ ଚାଲିଛି ରାମ ମନ୍ଦିର ନିର୍ମାଣ, ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ମୁଦ୍ଦା ଉଠାଇଲେ ଲୋକେ

ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପାହାଡ଼ରେ ଉପରେ ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ l ଗ୍ରାମବାସୀଙ୍କ ନିଜସ୍ୱ ପୁଞ୍ଜିରେ ତୋଳା ଚାଲିଛି ଏହି ମନ୍ଦିର l ଏକ ଶାନ୍ତ ସ୍ନିଗ୍ଧ ଏବଂ ସବୁଜିମା ଭରା ପାହାଡ଼ ଉପରେ ଚାଲିଛି ଏହି ଭବ୍ୟ ରାମ ମନ୍ଦିର l ବଛା ବଛା କାରିଗରଙ୍କୁ ନେଇ ମନ୍ଦିରକୁ ଖୁବ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଉଛି l

ତେବେ ଅନେକ ଏହାକୁ ଦ୍ୱିତୀୟ ଅଯୋଧ୍ୟା କହିବା ଆରମ୍ଭ କରି ଦେଇଛନ୍ତି l ଅଯୋଧ୍ୟା ମନ୍ଦିର ଭଳି ଦେଖାଯାଉଥିବାରୁ ଏହାକୁ ଦ୍ୱିତୀୟ ଅଯୋଧ୍ୟା ବୋଲି ଲୋକେ କହୁଛନ୍ତି l ମନ୍ଦିର ନିର୍ମାଣ କାର୍ଯ୍ୟ ଯଦିଓ ଶେଷ ହୋଇନାହିଁ ତଥାପି ମନ୍ଦିର ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଲାଣି l ଏଠାକୁ ବୁଲିବାକୁ ଆସୁଥିବା ଲୋକେ ହୁଅନ୍ତୁ କିମ୍ବା ଗ୍ରାମବାସୀ, ସମସ୍ତେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି l ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଲେ ଏହି ସ୍ଥାନର ବିକାଶ ହୋଇପାରିବା ସହ ପର୍ଯ୍ୟଟନ ମାନଚିତ୍ରରେ ନୂଆ ଏକ ସ୍ଥାନ ଯୋଡ଼ି ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.