ETV Bharat / state

ନୟାଗଡ଼ ନାବାଳିକା ହତ୍ୟା ଘଟଣା: ପରିବାରକୁ ଭେଟି କଠୋର ଦଣ୍ଡ ଦାବି କଲା ଜିଲ୍ଲା କଂଗ୍ରେସ - nayagarh congress demand justice

ନୟାଗଡ଼ ବାଣିଗୋଚ୍ଛା ଥାନାର ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗ୍ରାମର ନାବାଳିକାଙ୍କୁ ନିର୍ମମ ହତ୍ୟା ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ...

ନୟାଗଡ଼ ନାବାଳିକା ହତ୍ୟା ଘଟଣା: ପରିବାରକୁ ଭେଟି କଠୋର ଦଣ୍ଡ ଦାବି କଲା ଜିଲ୍ଲା କଂଗ୍ରେସ

author img

By

Published : Jun 18, 2021, 7:14 AM IST

ନୟାଗଡ଼: ବାଣିଗୋଚ୍ଛା ଥାନାର ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗ୍ରାମର ନାବାଳିକାଙ୍କୁ ନିର୍ମମ ହତ୍ୟା ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି ଜିଲ୍ଲା କଂଗ୍ରେସ । ଏହା ନୟାଗଡ କୁନିଝିଅ ପରୀ ହତ୍ୟାକାଣ୍ଡର ପୁନରାବୃତ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାସ ପ୍ରେସ ବିବୃତିରେ କହିଛନ୍ତି ।

ମୃତ ନାବାଳିକାର ଶୋକାଗ୍ରସ୍ତ ପିତାମାତାଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସମବେଦନା ଜଣାଯାଇଛି ଏବଂ ହତ୍ୟାକାରୀକୁ କଠୋର ଦଣ୍ଡବିଧାନ ପାଇଁ ସମସ୍ତ ପ୍ରକାର ଆଇନଗତ ସହଯୋଗ କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ରଣଜିତ ଦାସ । କଂଗ୍ରେସ ପ୍ରତିନିଧି ଦଳରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାସ, ବରିଷ୍ଠ ନେତା ସରୋଜ ପରିଡା, ଦଶପଲ୍ଲା ବ୍ଲକ କଂଗ୍ରେସ ସଭାପତି ବୁଲୁ ପରିଡାଙ୍କ ସହ ଯୁବନେତା ଶ୍ରୀକାନ୍ତ ଗୁରୁ, ଇନ୍ଦ୍ରଦ୍ୟୁମ୍ନ ନାଏକ ପ୍ରମୁଖ ଯାଇ ଶୋକ ସନ୍ତପ୍ତ ପିତା ମାତାଙ୍କୁ ଭେଟି ସାନ୍ତ୍ୱନା ଦେଇଛନ୍ତି । ବେବି ଅପହରଣ ହେବା ପରଠାରୁ ସ୍ଥାନୀୟ ପୋଲିସ ତତ୍ପରତା ଦେଖାଇଥିଲେ ହୁଏତ ସେଇ କୁନିଝିଅ ତା ମାଆ କୋଳକୁ ଆସି ପାରିଥାନ୍ତା ବୋଲି କଂଗ୍ରେସ ପକ୍ଷରୁ କୁହାଯାଉଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.