ETV Bharat / state

କଂସାରିଗୁଡାରେ ପ୍ରକଳ୍ପ ନହେଲେ ଆଇନ ଅମାନ୍ୟ ଆନ୍ଦୋଳନ ହେବ: କଂଗ୍ରେସ - କଂସାରିଗୁଡାରେ ପ୍ରକଳ୍ପ ପାଇଁ କଂଗ୍ରେସର ଦାବି

ରାୟଗଡାରେ କଂସାରିଗୁଡାରେ ପ୍ରକଳ୍ପ ନହେଲେ ଆଇନ ଅମାନ୍ୟ ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ । ଅଧିକ ପଢନ୍ତୁ...

କଂସାରିଗୁଡାରେ ପ୍ରକଳ୍ପ ନହେଲେ ଆଇନ ଅମାନ୍ୟ ଆନ୍ଦୋଳନ ହେବ: କଂଗ୍ରେସ

author img

By

Published : Jul 4, 2021, 5:38 PM IST

ରାୟଗଡା: କଂସାରିଗୁଡାରେ ପ୍ରକଳ୍ପ ନହେଲେ ଆଇନ ଅମାନ୍ୟ ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ । କଂସାରୀଗୁଡାରେ ଆଲୁମିନା କମ୍ପାନୀ ପ୍ରତିଷ୍ଠା ହେବା ଆଶାକୁ ପୂରି ଗଲାଣି ୧୪ବର୍ଷ । ଚାଷ ଉପଯୋଗୀ ଜମି ଦେଇ ଜମିହରା ହୋଇ ବସିଛନ୍ତି ଏବେ ଗ୍ରାମବାସୀ । ନା ହେଉଛି କମ୍ପାନୀ ନା ହୋଇପାରୁଛି ଚାଷ । ଫଳରେ ତଳିତଳାନ୍ତ ହୋଇ ଜୀବନଜୀବିକା ନିର୍ବାହ କରୁଛନ୍ତି ରାୟଗଡା ଓ କୋରାପୁଟ ଜିଲ୍ଳାର ୧୭ଖଣ୍ଡ ଗ୍ରାମବାସୀ ।

କଂସାରିଗୁଡାରେ ପ୍ରକଳ୍ପ ନହେଲେ ଆଇନ ଅମାନ୍ୟ ଆନ୍ଦୋଳନ ହେବ: କଂଗ୍ରେସ
କଂସାରିଗୁଡାରେ ପ୍ରକଳ୍ପ ନହେଲେ ଆଇନ ଅମାନ୍ୟ ଆନ୍ଦୋଳନ ହେବ: କଂଗ୍ରେସ

ଅପରପକ୍ଷେ ୨୦୦୦ ଏକର ଚାଷ ଉପଯୋଗୀ ଜମିକୁ ଆଦିତ୍ୟ ବିର୍ଲା କମ୍ପାନୀ ନିଜ ଅଧିନରେ ବର୍ଷ ବର୍ଷ ରଖି ମଧ୍ୟ କାର୍ଯ୍ୟାରମ୍ଭ କରୁନଥିବାରୁ ଗ୍ରାମବାସୀଙ୍କ ସ୍ୱାର୍ଥ ତଥା ଅଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି କୋରାପୁଟ ଲୋକସଭା ସାଂସଦ ସପ୍ତିଗିରି ଉଲାକା ଏବଂ ରାୟଗଡ ଜିଲ୍ଳା କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତାମାନେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କୁ କମ୍ପାନୀ ଖୁବଶୀଘ୍ର ଆରମ୍ଭ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଚଳିତ ବର୍ଷ ଯଦି କଂସାରୀଗୁଡାରେ କମ୍ପାନୀ ଆରମ୍ଭ ନହୁଏ ତାହାହେଲେ ଦଳ ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇ କମ୍ପାନୀ ପ୍ରତିଷ୍ଠା ଦାବି ଜୋରଦାର କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି ।

ସେହିପରି ଏହି ଦାବିପତ୍ରରେ ଆଦିତ୍ୟ ବିର୍ଲା କମ୍ପାନୀ ପକ୍ଷରୁ କୋରାପୁଟ ଠାରୁ ଲକ୍ଷ୍ମୀପୁର ଏବଂ କଂସାରୀଗୁଡା ଅଞ୍ଚଳର ମୋଟ ୧୭ଖଣ୍ଡ ଗ୍ରାମର ୨୦୦୦ ଏକର ଚାଷ ଉପଯୋଗୀ ଜମିରେ ଗତ ୧୪ବର୍ଷ ତଳେ ଆଲୁମିନା ପ୍ରକଳ୍ପ ନିର୍ମାଣ ପାଇଁ ଗ୍ରାମବାସୀମାନଙ୍କ ଠାରୁ ଜମି ନେବା ସହ ଜମିହରା ପ୍ରତ୍ୟେକ ପରିବାରର ଜଣଙ୍କୁ ଏକ ବର୍ଷ ମଧ୍ୟରେ କମ୍ପାନୀ ଆରମ୍ଭ ପରେ ଚାକିରି ଦେବା ଏବଂ ଅଞ୍ଚଳର ବିକାଶ ସହ ପିଲାମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ହୋଇପାରିବ ବୋଲି ପ୍ରତିଶୃତି ପ୍ରଦାନ କରାଯାଇଥିଲା । ନୀରିହ ଗ୍ରାମବାସୀମାନେ ଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷ ଉପଯୋଗୀ ଜମିଗୁଡିକୁ ଜିଲ୍ଲା ପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ଏହି ପ୍ରତିଶୃତିକୁ ବିଶ୍ୱାସ କରି ଜମି ଦେଇଥିଲେ । ତେବେ କମ୍ପାନୀ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ମାଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାବେଳେ ଜିଲ୍ଳା ପ୍ରଶାସନ ମଧ୍ୟ ସବୁ ଜାଣିଶୁଣି ଚୁପ୍ ହୋଇ ବସିଥିଲା । ଫଳରେ ଚାଷ ଉପରେ ନିର୍ଭର କରି ଯେଣତେଣ ପ୍ରକାରେଣ ନିଜ ପରିବାର ଭରଣ ପୋଷଣ କରୁଥିବା ଜମିହରା ପରିବାର ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କଂସାରୀଗୁଡା ଠାରେ ପ୍ରକଳ୍ପ ଆରମ୍ଭ କରିବା ପାଇଁ କ୍ଷତିଗ୍ରସ୍ତ ଜମିହରା ଅଞ୍ଚଳବାସୀ ବିଗତ ୧୪ବର୍ଷ ମଧ୍ୟରେ ଅନେକ ବନ୍ଦ, ରାସ୍ତାରୋକ ଏବଂ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଦାବିପତ୍ର ପ୍ରଦାନ କରି ପଦକ୍ଷେପ ଗ୍ରହଣ କରିବାକୁ ଓ ଜମି ନେବା ସମୟରେ ଦେଇଥିବା ପ୍ରତିଶୃତିକୁ ପାଳନ ପାଇଁ ଦାବି କରି ଆସୁଛନ୍ତି । ତଥାପି କମ୍ପାନୀ କର୍ତ୍ତୃପକ୍ଷ ଏବଂ ଜିଲ୍ଳା ପ୍ରଶାସନ ଚୁପ ରହିବାରୁ ଅସହ୍ୟ ହୋଇ ଅଞ୍ଚଳବାସୀ ପକ୍ଷରୁ ଗତ ଦିନରେ ଅନଶନ ଧର୍ମଘଟ କରାଯିବା ପାଇଁ ପ୍ରସ୍ତୁତି କରୁ ଥିବାବେଳେ ପୁଣିଥରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନଙ୍କ ପକ୍ଷରୁ କୁହାଯିବା ପରେ ଧର୍ମଘଟରୁ ଓହରିଛନ୍ତି ଅଞ୍ଚଳବାସୀ । ତେଣୁ ଯଥାଶୀଘ୍ର କଂସାରୀଗୁଡା ଠାରେ ପ୍ରକଳ୍ପ ନିର୍ମାଣ ଆରମ୍ଭ ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଆଜି(ରବିବାର) ଜିଲ୍ଳାପାଳଙ୍କୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଉଲ୍ଳେଖ ରହିଛି । ଏହି ଦାବିପତ୍ର ପ୍ରଦାନ ବେଳେ କୋରାପୁଟ ଲୋକସଭା ସାଂସଦ ଶ୍ରୀ ଉଲାକାଙ୍କ ସମେତ ରାୟଗଡ ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଉପସଭାପତି ସଂକର୍ଷଣ ମଙ୍ଗରାଜ, ସଂପାଦକ ପାର୍ଥ ବର୍ଦ୍ଧନ, ଏଆଇସିସି ସଦସ୍ୟା ରତ୍ନମଣି ଉଲାକା, ରାୟଗଡ଼ା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ କେ.ଆପଲାସ୍ୱାମୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.