ନୟାଗଡ଼: ନୟାଗଡ଼ ଯଦୁପୁରକୁ ବିଜେପିର ଏକ ସ୍ବତନ୍ତ୍ର ଟିମ ଆସିବା ପରେ ଶନିବାର କଂଗ୍ରେସର ଏକ ଟିମ ଆସିଛି l ଏଥିରେ ଓଡିଶା ପ୍ରଭାରୀ ଡ଼ ଏ.ଚେଲାକୁମାର, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ,ପ୍ରଦୀପ ମାଝୀଙ୍କ ସହ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ଜିଲ୍ଲା ସଭାପତି ପରୀର ପରିବାରକୁ ଭେଟିଥିଲେ । ଏହାସହ ପରୀ ବାପା ମାଙ୍କ ସହ ଆଲୋଚନା କରିଥିଲେ l ପରୀର ହାଡ଼କଙ୍କାଳ ପଡ଼ିଥିବା ସ୍ଥାନ ପରିଦର୍ଶନ କରିଛନ୍ତି l ନୟାଗଡ଼ ପୂର୍ତ୍ତ ଡାକବଙ୍ଗଳା ଠାରେ ପହଞ୍ଚି ସେଠାରେ ଏକ ବୈଠକ କରିଥିଲେ ।
ତେବେ ଗତ ଅକ୍ଟୋବର ମାସରୁ ପରୀ ପାଇଁ ପ୍ରଥମେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇଥିଲେ । ସେପଟେ,ମୁଖ୍ୟମନ୍ତ୍ରୀ ଇସ୍ତାଫା ଦାବି କରିଛନ୍ତି ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ l ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି l ଗୃହ ମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଦାୟୀ l ତେଣୁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ