ETV Bharat / state

ନାୟାଗଡ କୋଭିଡ ମୃତ୍ୟୁ ସଂଖ୍ୟା ସତ-ମିଛ, ସରକାରଙ୍କୁ ଘେରିଲା କଂଗ୍ରେସ

author img

By

Published : Jun 14, 2021, 10:17 PM IST

Updated : Jun 14, 2021, 10:51 PM IST

ନୟାଗଡ କୋଭିଡ୍ ମୃତ୍ୟୁ ସଂଖ୍ୟା ସତ-ମିଛ ରିପୋର୍ଟ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରସ । କହିଲା ନିଜ ଭାବମୂର୍ତ୍ତି ବଞ୍ଚାଇବା ପାଇଁ ତଥ୍ୟ ଲୁଚାଉଛନ୍ତି ସରକାର । ଅଧିକ ପଢନ୍ତୁ...

ନାୟାଗଡ କୋଭିଡ ମୃତ୍ୟୁ ସଂଖ୍ୟା ସତ-ମିଛ, ସରକାରଙ୍କୁ ଘେରିଲା କଂଗ୍ରେସ
ନାୟାଗଡରେ କୋଭିଡ ମୃତ୍ୟୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ, ଭାବମୂର୍ତ୍ତି ବଞ୍ଚାଇବା ପାଇଁ ତଥ୍ୟ ଲୁଚାଉଛନ୍ତି ସରକାର

ଭୁବନେଶ୍ବର: କୋଭିଡ ମୃତ୍ୟୁକୁ ନେଇ କଂଗ୍ରେସର ବଡ଼ ଖୁଲାସା । ସରକାରଙ୍କ ପୋର୍ଟାଲ ତଥ୍ୟ ଓ ପ୍ରକୃତ ମୃତ୍ୟୁ ତଥ୍ୟରେ ତାଳମେଳ ରହୁନଥିବା ଦର୍ଶାଇ ପୁଣି ସରକାରଙ୍କୁ ଘେରିଛି କଂଗ୍ରେସ । ରାଜଧାନୀରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ।

ନାୟାଗଡ କୋଭିଡ ମୃତ୍ୟୁ ସଂଖ୍ୟା ସତ-ମିଛ, ସରକାରଙ୍କୁ ଘେରିଲା କଂଗ୍ରେସ

ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗ ପୋର୍ଟାଲରେ 3302 ବୋଲି ତଥ୍ୟ ଦେଇଛନ୍ତି । ପ୍ରଥମ ଓ ଦ୍ବିତୀୟ ଲହରରେ ନୟାଗଡ ଜିଲ୍ଲାରେ 18244 ସଂକ୍ରମିତ ହୋଇଥିବା ସହ 59 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । କିନ୍ତୁ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିକଟରେ ନୟାଗଡ଼ ସିଡିଏମଓ ଦେଇଥିବା ରିପୋର୍ଟ କିଛି ଭିନ୍ନ କଥା କହୁଛି । ନୟାଗଡ଼ ଜିଲ୍ଲା ଚାନ୍ଦପୁର କୋଭିଡ ହସ୍ପିଟାଲରେ 117 ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । 8ଟି ବ୍ଲକକୁ ନେଇ ନୟାଗଡ଼ ଜିଲ୍ଲାରେ ଯଦି ମୃତ୍ୟୁ ସଂଖ୍ୟା ଏତେ, ବଡ଼ ବଡ଼ ଜିଲ୍ଲାରେ କେତେ ମୃତ୍ୟୁ ହୋଇଥିବ ତାହା ଅନୁମାନ କରନ୍ତୁ ବୋଲି ନିଶିକାନ୍ତ କହିଛନ୍ତି ।

ତେବେ ଏହି ପ୍ରସଙ୍ଗ ନେଇ ରାଜ୍ୟ ସରକାରକୁ କଡା ସମାଲୋଚନା କରିଛି କଂଗ୍ରେସ । ରାଜ୍ୟ ସରକାର ବାସ୍ତବରେ କୋଭିଡ ମୃତକଙ୍କ ପରିବାରକୁ ସହାୟତା ଦେବାକୁ ଚାହୁଁଛନ୍ତି ତେବେ ସରକାର ସଠିକ ଅଡିଟ କରନ୍ତୁ । ନିଜ ଭାବମୂର୍ତ୍ତି ବଞ୍ଚାଇବା ସହ ସମଗ୍ର ଦେଶରେ ଏକ ନମ୍ବର ହେବା ପାଇଁ, ରାଜ୍ୟ ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି । ଯଦି ପ୍ରକୃତ ମୃତ୍ୟୁ ତଥ୍ୟ ରାଜ୍ୟ ସରକାର ଦେବେନାହିଁ । ତାହେଲେ କେମିତି ଓ କେଉଁ ଆଧାରରେ ରାଜ୍ୟ ସରକାର ମୃତକଙ୍କ ପରିବାର ଓ ତାଙ୍କ ପିଲାମାନଙ୍କୁ ସହାୟତା ଯୋଗାଇବେ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ରାଜ୍ୟ ସରକାର କୋଭିଡ ଦ୍ବିତୀୟ ଲହରରେ ଯେଉଁ ପରିବାରର ମୁଖିଆ ମୃତ୍ୟୁବରଣ କରିଛନ୍ତି,ସେମାନଙ୍କ ପାଇଁ ମଧୁବାବୁ ପେନସନ ଯୋଜନା ସହ ରାଜ୍ୟ ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାରେ ସାମିଲ କରିବା ପାଇଁ ଘୋଷଣା ହୋଇଛି । ଏହାସହ ସରକାର ସେମାନଙ୍କର ଦାୟିତ୍ୱ ନେବେ ବୋଲି ଘୋଷଣା କରିଛନ୍ତି । କିନ୍ତୁ, ପ୍ରଶ୍ନ ଉଠୁଛି କେତେ ପିଲା ଅନାଥ ହୋଇଛନ୍ତି ତାହାର ତଥ୍ୟ ସରକାରଙ୍କ ପାଖରେ ନାହିଁ । ହେଲେ ସରକାର ଦେଉଥିବା ତଥ୍ୟକୁ ନେଇ ସନ୍ଦେହ ଉପୁଜୁଛି । ରାଜ୍ୟ ସରକାର ଦେଉଥିବା କୋଭିଡ ମୃତ୍ୟୁ ତଥ୍ୟ ଅର୍ଦ୍ଧସତ୍ୟ ମଧ୍ୟ କୁହାଯାଇପାରିବ ନାହିଁ ବୋଲି କହିଛି କଂଗ୍ରେସ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 14, 2021, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.