ନୟାଗଡ: ଯଦୁପୁରରୁ ଗଡିଲା ପରୀ ରଥ । ନୟାଗଡରୁ ପରୀ ରଥ ଗଡାଇଛି କଂଗ୍ରେସ । ପରୀକୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ଏହି ପରୀ ରଥର ଶୁଭାରମ୍ଭ କରାଯାଇଛି । ଗାଁ କୁ ଗାଁ ଯାଇ କଂଗ୍ରେସ ପରୀକୁ ନ୍ୟାୟ ଦାବିରେ ଲୋକଙ୍କୁ ଅବଗତ କରାଉଛି ।
ନୟାଗଡ ପରୀ ନିଖୋଜ ଓ ମୃତ୍ୟୁ ମାମଲାର ନ୍ୟାୟ ଦାବିରେ ଅଡିବସିଛନ୍ତି ଅନେକ ରାଜନୈତିକ ଦଳ ତଥା ସ୍ବେଚ୍ଛାସେବୀ ସଙ୍ଗଠନ । ରାଜନୈତିକ ଦଳ ପକ୍ଷରୁ କେତେବେଳେ ବିଧାନସଭା ଘେରାଉ କରାଯାଇଛି ତ ଆଉ କେତେବେଳେ ପରୀ ଗାଁରେ ଆନ୍ଦୋଳନ ହୋଇଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ପରୀ ରଥ । ପରୀକୁ ନ୍ୟାୟ ଦେବା ଦାବିରେ କଂଗ୍ରେସ ଏହି ରଥ ଆରମ୍ଭ କରିଛି । ଏନେଇ ଆଜି(ରବିବାର) କଂଗ୍ରେସ ଜିଲ୍ଲା ସଭାପତିଙ୍କ ସହ ଏକ ପ୍ରତିନିଧି ଦଳ ଯଦୁପୁରରେ ପହଞ୍ଚି ଏହି ଅଭିଯାନ ଆରମ୍ଭ କରିଛନ୍ତି l ପରୀ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ l ଜିଲ୍ଲା ସାରା ବୁଲି ପରୀ ପାଇଁ ନ୍ୟାୟ ଦାବି କରିବ ଏହି ରଥ l ଏହି ପରୀ ରଥ ଶୁଭାରମ୍ଭରେ କଂଗ୍ରେସର ବହୁ ନେତୃବୃନ୍ଦ ସାମିଲ ଥିଲେ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ