ନୟାଗଡ଼: ପର୍ଯ୍ୟଟନସ୍ଥଳୀରେ ରକ୍ତାକ୍ତ ସଂଘର୍ଷ l ନୟାଗଡ଼ ଓଡ଼ଗାଁସ୍ଥିତ ବୁଢ଼ାବୁଢ଼ୀଆଣୀ ଡ୍ୟାମକୁ କିଛି ପର୍ଯ୍ୟଟକ ଭୋଜି କରିବାକୁ ଯାଇଥିବାବେଳେ ସେଠାରେ ଝାଲମୁଢି ବେପାରୀ ସହ ସାମାନ୍ୟ ବଚସାରୁ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା l ତେବେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଜଣେ ସ୍ଥାନୀୟ ଯୁବକ ଉଦ୍ୟମ କରୁଥିବାବେଳେ ପର୍ଯ୍ୟଟକଙ୍କ ଆକ୍ରମଣର ଶିକାର ହୋଇ ସେ ଗୁରୁତର ଭାବେ ଆହତ ହୋଇଛନ୍ତି l
ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିବାବେଳେ ଏଥିରେ ଗୁରୁତର ଭାବେ ଆହତ ହୋଇ ୩ ଜଣଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଅନ୍ୟପକ୍ଷେ ସ୍ଥାନୀୟ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ