ETV Bharat / state

ଜହ୍ନି ଓଷା ଉଦଯାପିତ - closing ceremony of janhi osha

ଏକ ମାସ ବ୍ୟାପି ଚାଲିଥିବା ଜହ୍ନି ଓଷା ଉଦଯାପିତ । କାର୍ତ୍ତିକଙ୍କ ପରି ସୁନ୍ଦର ବର ପାଇବା ପାଇଁ କୁମାରୀ ଝିଅମାନେ ରଖିଥାନ୍ତି ଏହି ବ୍ରତ । ଅଧିକ ପଢନ୍ତୁ...

ଜହ୍ନି ଓଷାକୁ ଆଜି ଉଦଯାପିତ
ଜହ୍ନି ଓଷାକୁ ଆଜି ଉଦଯାପିତ
author img

By

Published : Oct 20, 2021, 10:31 PM IST

ନୟାଗଡ: ଆଜି (ବୁଧବାର) ହେଉଛି କୁମାର ପୂର୍ଣ୍ଣିମା । ଏନେଇ ଚଳଚଞ୍ଚଳ ଗାଁଠୁ ସହର । ଏକ ମାସ ବ୍ୟାପି ଚାଲିଥିବା ଜହ୍ନି ଓଷାକୁ ଆଜି ଉଦଯାପିତ କରାଯାଇଛି । କାର୍ତ୍ତିକଙ୍କ ପରି ସୁନ୍ଦର ବର ପାଇବା ପାଇଁ କୁମାରୀ ଝିଅମାନେ ରଖିଥାନ୍ତି ଏହି ବ୍ରତ । ଏଥିପାଇଁ ବଡି ଭୋରରୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ ସହ ନିଜକୁ ସଜାଇ ମା’ ବୃନ୍ଦାବତୀଙ୍କୁ ସ୍ମରଣ କରି କୁମାରୀ ଝିଅମାନେ ଟେକିଥାନ୍ତି ଆଞ୍ଜୁଳି l

ନୟାଗଡ ଜିଲ୍ଲାର ଗାଁ ମାନଙ୍କରେ ବିଶେଷ କରି ଘରେ ଘରେ ଜମିଛି ତାସଖେଳର ଆସର । ଗୋଟିଏ ସ୍ଥାନରେ ପରିବାରବର୍ଗ ବସି ଖେଳିଥାନ୍ତି ଭଳିକି ଭଳି ତାସ ଖେଳ । ଏହାସହ ପିଠା, ମିଠା ଖାଇ ହସଖୁସିରେ କିଛି ଅର୍ଥକୁ ବାଜି ଲଗାଇ ଚାଲେ ତାସ ଖେଳ l

ଜହ୍ନି ଓଷାକୁ ଆଜି ଉଦଯାପିତ

ତେବେ ସନ୍ଧ୍ୟାରେ ଚାନ୍ଦକୁ ଦେଖିବାକୁ କୁମାରୀ ମାନଙ୍କ ମନରେ ଉତ୍ସାହ ଭରି ରହିଛି l ବିଶେଷ କରି ଗାଁ ମାନଙ୍କରେ କୁମାର ପୂର୍ଣ୍ଣିମା ଉତ୍ସବ ଖୁବ ଧୁମଧାମରେ ଚାଲିଛି । ଚାନ୍ଦ ପୂଜା କରିବା ସହ ଚାନ୍ଦ ଚକଟା ପୁନେଇ ଜହ୍ନଁକୁ ଭୋକ ଲାଗି କରିଛନ୍ତି କୁମାରୀ ମାନେ l ଏଥିପାଇଁ ଗାଁ ହୁଳହୁଳିରେ ପ୍ରକମ୍ପିତ ହେଉଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.