ନୟାଗଡ଼: ମାତିଛନ୍ତ ଗୋରୁ ମାଫିଆ । ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ଗୋରୁ । ଏହି ସମୟରେ 90 ଗୋରୁ ଉଦ୍ଧାର କରିଛି ପୋଲିସ । ଗୋରୁଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ -ଗୋରୁ ମାଫିଆ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ । ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୁଣ୍ଡୁରୀବାଡ଼ି ଗାଁରେ ।
ଏହି ଗାଁଟି ନୟାଗଡ଼ ସୀମାନ୍ତରେ ଥିବାରୁ ଗୋରୁ ମାଫିଆ ଚଳପ୍ରଚଳ କରୁଛନ୍ତି । ପୋଲିସ ଚଢ଼ାଉ କରିବା ଖବର ଶୁଣିଲେ ଖୋର୍ଦ୍ଧା ଜିଲ୍ଲାକୁ ପ୍ରବେଶ କରୁଛନ୍ତି ଗୋରୁ ମାଫିଆ । ବିଳମ୍ବିତ ରାତିରେ ଗୋଚାଲାଣ ନେଇ ଖବର ପାଇଥିଲେ ରଣପୁର ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା । ସଦଳବଳେ ଏସଆଇ ପ୍ରୀତି ପ୍ରକାଶ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଗୋରୁ ଚାଲାଣ କଣ୍ଟେନରକୁ ଅଟକାଇଥିଲେ ।
ପୋଲିସକୁ ଦେଖି ନୀଳପଲ୍ଲୀ ଗାଁର ଅନେକ ଲୋକେ ତଥା ଗୋରୁ ମାଫିଆ ଗୋଷ୍ଠୀ-ପୋଲିସ ମଧ୍ୟରେ ଯୁକ୍ତିତର୍କ କରିବା ସହ ଏକ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଥିଲା । ପରେ ପୋଲିସର ଆଉ ଏକ ଟିମ ଏବଂ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ଗାଡି ସମେତ ପ୍ରାୟ 90 ଗୋରୁଙ୍କୁ ଉଦ୍ଧାର କରିଛି ରଣପୁର ପୋଲିସ । ଗାଡି ଡ୍ରାଇଭର ସମେତ ଜଡିତ ଥିବା ଗୋରୁ ମାଫିଆ ଫେରାର ହେବାରେ ସକ୍ଷମ ହୋଇଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ