ETV Bharat / state

ଲକଡାଉନରେ ଚାଇଲ୍ଡ ଲାଇନ ବନ୍ଦ କଲା ଦୁଇ ବାଲ୍ୟବିବାହ

author img

By

Published : May 9, 2021, 5:49 PM IST

କାମ ଦେଉନି ଚାଇଲ୍ଡ ଲାଇନର ନିର୍ଦ୍ଦେଶନାମା । ନାବାଳିକାଙ୍କୁ ବିବାହ କରାଯିବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ବିବାହକୁ ବନ୍ଦ କରିଛି ଚାଇଲ୍ଡ ଲାଇନ । ଅଧିକ ପଢନ୍ତୁ...

ଚାଇଲ୍ଡ ଲାଇନ ବନ୍ଦ କଲା ଦୁଇ ନାବାଳିକାଙ୍କ ବିବାହ

ନୟାଗଡ଼: ଏକ ଅଭ୍ୟାସରେ ପରିଣତ ହୋଇଛି ବାଲ୍ୟ ବିବାହ । କାମ ଦେଉନି ଚାଇଲ୍ଡ ଲାଇନର ନିର୍ଦ୍ଦେଶନାମା । ବାଲ୍ୟ ବିବାହ ଚାଲିଥିବା ବେଲେ ବନ୍ଦ କଲା ପ୍ରଶାସନ l ଜିଲ୍ଲା ପ୍ରଶାସନ ଏବଂ ଚାଇଲ୍ଡ ଲାଇନର ମିଳିତ ଉଦ୍ୟମରେ ଦୁଇ ଜଣ ନାବାଳିକାଙ୍କ ବିବାହକୁ ବନ୍ଦ କରାଯାଇଛି ।

ନୟାଗଡ଼ ଜିଲ୍ଲା ବିରୁଡ଼ା ଗ୍ରାମରେ ଏକ ନାବାଳିକାକୁ ବିବାହ କରାଯିବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଚାଇଲ୍ଡ ଲାଇନ ବିବାହ ବନ୍ଦ କରିଛି l ବିରୁଡ଼ା ଗ୍ରାମର ନିରଞ୍ଜନ ମୁଦୁଲିଙ୍କ ସହ ବିବାହ ପାଇଁ କନ୍ୟାକୁ ବାପଘରୁ ଅଣାଯାଇଥିବା ବେଳେ ନାବାଳିକା କନ୍ୟାକୁ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରାଯାଇଥିଲା । ପରେ ସେଠାରୁ ପରିବାର ଲୋକଙ୍କ ହେପାଜତରେ ଉଭୟ ନାବାଳିକାହ୍କୁ ଛଡ଼ା ଯାଇଥିବା ସୂଚନା ମିଳିଛି ।

ସେହିଭଳି ଭାବେ ନୂଆଗାଁ ଅଞ୍ଚଳର ଜଣେ ନାବାଳିକା ସହ ଓଡ଼ଗାଁ କୋରପିଠା ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ବିବାହ ପାଇଁ ସ୍ଥିର ହୋଇଥିବା ବେଳେ ଏହାକୁ ବନ୍ଦ କରାଯାଇଛି । ସିଡିପିଓ ଲକ୍ଷ୍ମୀ ଦାଶ ଏବଂ ଚାଇଲ୍ଡ ଲାଇନ ସଦସ୍ୟଙ୍କ ସହ ମିଳିତ ଭାବେ ପୁଲିସ ଚଢ଼ାଉ କରି ବିବାହ ଅଟକାଇଥିବା ଜଣାଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.