ETV Bharat / state

ଜୁଆଡ଼ିଙ୍କୁ କଡ଼ା ଚେତାବନୀ ଦେଲା ଚାନ୍ଦପୁର ପୋଲିସ - ଜୁଆଖେଳକୁ ରୋକିବା ପାଇଁ ନୟାଗଡରେ ପୋଲିସର ପ୍ରୟାସ

ଜିଲ୍ଲାର ଚାନ୍ଦପୁର ଥାନା ଅଞ୍ଚଳରେ ଜୁଆଖେଳ ସଂପର୍କରେ ଖବର ପାଇବା ପରେ ପୋଲିସ ଲୋକମାନଙ୍କୁ ସଚେତନ କରାଇଛି । ଆଗକୁ ସ୍ଥାନୀୟ ଅଞ୍ଚଳରେ ଜୁଆଖେଳିଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

Chandpur police issued a stern warning to gamblers
ଜୁଆଡ଼ିଙ୍କୁ କଡ଼ା ଚେତାବନୀ ଦେଲା ଚାନ୍ଦପୁର ପୋଲିସ
author img

By

Published : Oct 31, 2020, 4:16 PM IST

ନୟାଗଡ: ଜିଲ୍ଲା ଚାନ୍ଦପୁର ଥାନା ପକ୍ଷରୁ ଜୁଆଡ଼ିଙ୍କୁ କଡ଼ା ଚେତାବନୀ ଦିଆଯାଇଛି l ଚାନ୍ଦପୁର ଥାନା ଅଞ୍ଚଳରେ ଜୁଆ ଖେଳ କଥା ସାମ୍ନାକୁ ଆସିବା ପରେ ପୋଲିସ ଚାନ୍ଦପୁର ଛକର ବିଭିନ୍ନ ସ୍ଥାନରେ ଜୁଆଡିମାନଙ୍କୁ ସଚେତନ କରିଛି l ଆଗକୁ ଜୁଆଖେଳିଲେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଚେତାବନୀ ଦେଇଥିବା ସୂଚନା ମିଳିଛି ।

ଜୁଆଡ଼ିଙ୍କୁ କଡ଼ା ଚେତାବନୀ ଦେଲା ଚାନ୍ଦପୁର ପୋଲିସ

ଜିଲ୍ଲାରେ ଜୁଆଖେଳ ବିଭିନ୍ନ ସ୍ଥାନରେ ଖେଳା ଯାଉଥିବା ଖବର ପାଇବା ପରେ ପୋଲିସ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଜୁଆ ଖେଳ ଅନେକ ସଂସାରକୁ ନଷ୍ଟ କରୁଛି ଏହା ବନ୍ଦ ହେବା ନିହାତି ଦରକାର ଏବଂ ଆମେ ସମସ୍ତେ ମିଳିମିଶି ଏଭଳି ବେଆଇନ କାମ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି ଥାନା ଅଧିକାରୀ l ଚାନ୍ଦପୁର ଥାନା ଅଞ୍ଚଳରେ ଜୁଆ ଖେଳ କଥା ସାମ୍ନାକୁ ଆସିବା ପରେ ଚାନ୍ଦପୁର ପୋଲିସ ସ୍ଥାନୀୟ ଛକର ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରିଛି l

ଜୁଆ ଖେଳକୁ ବନ୍ଦ କରିବା ପାଇଁ ପୋଲିସ ଲୋକମାନଙ୍କ ସହଯୋଗ ଲୋଡିଛି । ଏପରିକି କୌଣସି ସ୍ଥାନରେ ଜୁଆ ଖେଳ ଚାଲିଥିବାର ଦେଖିଲେ ତୁରନ୍ତ ଚାନ୍ଦପୁର ପୋଲିସକୁ ଜଣାଇବାକୁ କୁହାଯାଇଛି l ଯେଉଁ ବ୍ୟକ୍ତି ସୂଚନା ପ୍ରଦାନ କରିବେ ସୂଚନାଦାତାଙ୍କ ନାମ ସମ୍ପୂର୍ଣ୍ଣ ଗୋପନ ରଖାଯିବା ସହ ତାଙ୍କୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଛି ପୋଲିସ l ଚାନ୍ଦପୁର ଥାନା ଅଧିକାରୀଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଥିବା ଦେଖିବାକୁ ମିଳିଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.