ନୟାଗଡ଼: ରାଜ୍ୟରେ ଶିଶୁ ନିଖୋଜ ଏକ ଚିନ୍ତାଜନକ ବିଷୟ ପାଲଟିଛି l ବିଜେପିର ଅଭିଯୋଗ ଅନୁଯାୟୀ ପ୍ରାୟ 5 ହଜାର ଶିଶୁ ଏବେ ବି ନିଖୋଜ ଅଛନ୍ତି l ସେମାନଙ୍କୁ ଖୋଜିବାରେ ସରକାରୀ ବିଫଳ ହୋଇଛନ୍ତି l ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ଘଟଣା ହେଉ କି ସ୍ଵାତୀ ଘଟଣା ସାରା ରାଜ୍ୟରେ ଶିଶୁ ମାନଙ୍କ ସୁରକ୍ଷା ଦିଗରେ ସରକାର କେତେ ଯତ୍ନବାନ ତାହା ଜଳ ଜଳ ହୋଇ ବାରି ପଡୁଛି l ଶିଶୁଙ୍କ ସୁରକ୍ଷାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି l
ଏହାରି ମଧ୍ୟରେ ସ୍ଵାତୀ ଗାଁ ବଧିପାଟଣାରେ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପହଞ୍ଚିଥିଲେ l ସ୍ଵାତୀ ପରିବାରକୁ ଭେଟିବା ସହ ସ୍ଵାତୀ ନିଖୋଜ ଠୁ ଆରମ୍ଭ କରି ମୃତଦେହ ମିଳିବା ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ପଚାରି ବୁଝିଥିଲେ l ଇଟିଭି ଭାରତକୁ, ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏବେ ଗଣମାଧ୍ୟମ ବେଶ ସକ୍ରିୟ ଥିବାରୁ ଶିଶୁ ନିଖୋଜ ସମ୍ପର୍କରେ ତୁରନ୍ତ ରିପୋର୍ଟିଂ ହେଉଛି l ଶିଶୁ ନିଖୋଜ ଘଟଣା ଏକ ଚିନ୍ତାଜନକ ବିଷୟ l ପିଲାମାନେ ଆମ ଭବିଷ୍ୟତ ତେଣୁ ସେମାନଙ୍କର ସୁରକ୍ଷା ଦାୟିତ୍ବ ଆମ ସମସ୍ତଙ୍କର ବୋଲି ସେ କହିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ