ETV Bharat / state

କ୍ୟାମେରାମ୍ୟାନ ମାନସ ମର୍ଡର ମିଷ୍ଟ୍ରି, କେବେ ଗିରଫ ହେବେ ଶର୍ମିଷ୍ଠା ? - କ୍ୟାମେରା ମ୍ୟାନ ମାନସ ମର୍ଡର ମିଷ୍ଟ୍ରି

ଭଦ୍ରକରୁ ଅପହରଣ, ଭୁବନେଶ୍ବରରେ ହତ୍ୟା ଆଉ ନୟାଗଡ଼ରୁ ମୃତଦେହ ଜବତ । କ୍ୟାମେରା ମ୍ୟାନ ମାନସ ମର୍ଡର ମିଷ୍ଟ୍ରିର ଖୋଲି ପାରୁନି ଗୁମର। ମାନସ ମର୍ଡରର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ କେବେ ଗିରଫ କରିବ ପୋଲିସ ? ପୋଲିସ ଜାଲରେ କେବେ ଧରା ପଡିବେ ଶର୍ମିଷ୍ଠା ଉଠିଛି ନାନା ପ୍ରଶ୍ନ । ଅଧିକ ପଢ଼ନ୍ତୁ

Cameraman Manas Murder Mystery
Cameraman Manas Murder Mystery
author img

By

Published : Mar 20, 2022, 1:25 PM IST

ନୟାଗଡ଼: ଭଦ୍ରକରୁ ଅପହରଣ, ଭୁବନେଶ୍ବରରେ ହତ୍ୟା ଆଉ ନୟାଗଡ଼ରୁ ମୃତଦେହ ଜବତ । କ୍ୟାମେରା ମ୍ୟାନ ମାନସ ମର୍ଡର ମିଷ୍ଟ୍ରିର ଖୋଲି ପାରୁନି ଗୁମର । ମାନସ ମର୍ଡରର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ କେବେ ଗିରଫ କରିବ ପୋଲିସ ? ଜାଣିଶୁଣି ପୋଲିସ ଶର୍ମିଷ୍ଠାଙ୍କୁ ଗିରଫ କରୁନି କି ? ଏଭଳି ପ୍ରଶ୍ନ ଏବେ ଉଠିଲାଣି ନୟାଗଡ଼ବାସୀଙ୍କ ମନରେ ।

କ୍ୟାମେରାମ୍ୟାନ ମାନସ ମର୍ଡର ମିଷ୍ଟ୍ରି, କେବେ ଗିରଫ ହେବେ ଶର୍ମିଷ୍ଠା

ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁର ମାନସ ସ୍ବାଇଁ କ୍ୟାମେରା ମ୍ୟାନ ଭାବେ ଏକ ୱେବ ପୋର୍ଟାଲ ସମ୍ପୂର୍ଣ୍ଣାରେ କାର୍ଯ୍ୟ କରୁଥିଲେ । ଏହି ୱେବ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ କିଛି ଆପତ୍ତିଜନକ ଭିଡିଓ ମାନସଙ୍କ ପାଖରେ ଥିଲା । ଏହାର ମେମୋରି ମାନସଙ୍କ ପାଖରେ ଥିଲା l ଏହି ଭିଡିଓ ମାନସ ମୃତ୍ୟୁର କାରଣ ବୋଲି କୁହାଯାଉଛି l ଏହି ଆପତ୍ତିଜନକ ଭିଡିଓ ପାଇଁ ମାନସଙ୍କୁ ରାସ୍ତାରୁ ସଫା କରିବା ପାଇଁ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରଚିଥିଲେ କି ପ୍ରି ପ୍ଲାନ ।

କଣ ଥିଲା ପୁରା ଘଟଣା ?

ଗତ ଫେବୃଆରୀ ମାସ 7 ତାରିଖରେ ମାନସ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳକୁ ଏକ ମ୍ୟାରେଜ ସୁଟିଂ ପାଇଁ ଯାଇଥିଲେ । ସୁଟିଂ ସାରି ଘରକୁ ଫେରିବା ବେଳେ ବାଟରେ ତାଙ୍କୁ ଅପହରଣ କରାଯାଇଥିଲା । ମାନସଙ୍କୁ ଭୁବନେଶ୍ବରରେ ହତ୍ୟା କରି ମୃତଦେହକୁ ପୋତିବାକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ତ ବଧିପାଟଣା ପାହାଡ଼ ତଳକୁ ନିଆଯାଇଥିଲା । ଏକ ବୋଲେରୋରେ ତାଙ୍କୁ ପାହାଡ଼ ତଳକୁ ଅଣାଯାଇଥିଲା । ଏହି ପାହାଡ଼ ତଳେ ରାତାରାତି ମାନସଙ୍କ ଗଳିତ ମୃତଦେହକୁ ପୋତିଥିଲେ ଅଭିଯୁକ୍ତମାନେ ।

ବହୁ ଖୋଜା ଖୋଜି ପରେ ପରିବାର ଲୋକେ ପାଇନଥିଲେ । ପରିବାର ଲୋକେ ପ୍ରଥମେ ରଣପୁର, ଭୁବନେଶ୍ବର ଏବଂ ପରେ ଚାନ୍ଦବାଲି ଥାନାରେ ଗତ ମାସ 14 ତାରିଖରେ ଅଭିଯୋଗ କରିଥିଲେ । ପ୍ରଥମରୁ ପୋଲିସ ମାନସଙ୍କୁ ଖୋଜିବାରେ ଅବହେଳା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବୋଲେରୋ ଡ୍ରାଇଭର ଭାଗ୍ୟଧର ନାୟକକୁ ସନ୍ଦେହ କରିଥିଲେ ପୋଲିସ । ହେପାଜତକୁ ନେଇ ପଚରାଉଚରା କରିବାପରେ ସବୁ ସତ ଓଗାଳିଥିଲା ଭାଗ୍ୟଧର । ଭାଗ୍ୟଧରକୁ ଧରି ମୃତଦେହକୁ ପୋତାଯାଇଥିବା ସ୍ଥାନକୁ ଆଣିଥିଲା ପୋଲିସ ।

ମାଟି ଖୋଳି ମାନସଙ୍କ ମୃତଦେହ ଉଦ୍ଧାର କରିଥିଲା । ଗତ 12 ତାରିଖରେ କ୍ୟାମେରା ମ୍ୟାନଙ୍କ ମୃତଦେହ ମାଟି ତଳୁ ବାହାର କରିଥିଲା ପୋଲିସ । ଏହି ଘଟଣାରେ 3 ଜଣକୁ ଗିରଫ କରିଛି ପୋଲିସ । ତେବେ ମୁଖ୍ୟ ଅଭିଯୁକ୍ତ ପୋର୍ଟାଲ ମାଲିକାଣି ଫେରାର ଥିବା ଜଣାପଡିଛି l ଗିରଫ ଅଭିଯୁକ୍ତମାନେ ହେଲେ ବୋଲେରୋ ଡ୍ରାଇଭର ଭାଗ୍ୟଧର ନାୟକ, ରଣପୁର ଥାନା ଧମଡା ଗାଁର ବିବେକ ନାୟକ ଏବଂ ପୁରୁଣା ଭୁବନେଶ୍ବରର ମୋହରିର କୃଷ୍ଣଚନ୍ଦ୍ର ନାୟକ । କିନ୍ତୁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗିରଫ କରିନାହିଁ । ଯାହାକୁ ନେଇ ଗାଁରେ ଏବଂ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.