ETV Bharat / state

ନୟାଗଡ଼ରେ ବେଆଇନ ଗର୍ଭପାତ ଅଭିଯୋଗ: ଦଲାଲ, ମାଲିକ ସମେତ 5 ଗିରଫ - 5 arrest in illegal abortions

ନୟାଗଡ଼ ଟାଉନ ଥାନା ନିକଟସ୍ଥ ଆନନ୍ଦ ଭବନ ଆଦିତ୍ୟ କ୍ଲିନିକ ଏବଂ ହସ୍ପିଟାଲରେ ସ୍ପେଶାଲ ସ୍କ୍ବାର୍ଡ ଏବଂ ଟାଉନ ଥାନା ପୋଲିସ ମିଳିତ ଚଢ଼ାଉ କରିଥିଲା। ଅଧିକ ପଢନ୍ତୁ...

ନୟାଗଡ଼ରେ ପୁଣି ଦଲାଲର ବେଆଇନ ଗର୍ଭପାତ ଅଭିଯୋଗ; ମାଲିକ, ନର୍ସ ସମେତ 5 ଗିରଫ

author img

By

Published : Sep 1, 2021, 7:00 PM IST

ନୟାଗଡ଼: କ୍ଲିନିକରେ ହେଉଥିଲା ବେଆଇନ ଗର୍ଭପାତ । ଖବର ପାଇ ଚଢାଉ କଲା ପୋଲିସ । ନୟାଗଡ଼ ଟାଉନ ଥାନା ନିକଟସ୍ଥ ଆନନ୍ଦ ଭବନ ଆଦିତ୍ୟ କ୍ଲିନିକ ଏବଂ ହସ୍ପିଟାଲରେ ସ୍ପେସାଲ ସ୍କ୍ବାର୍ଡ ଏବଂ ଟାଉନ ଥାନା ପୋଲିସ ମିଳିତ ଚଢ଼ାଉ କରିଥିଲା। କ୍ଲିନିକର ମାଲିକ ସତ୍ୟପ୍ରିୟ ସ୍ବାଇଁ ଓ ଗର୍ଭପାତ କରାଇବାକୁ ଆସିଥିବା ଜଣେ ମହିଳାଙ୍କ ସ୍ୱାମୀ ଓ ସେଠାରେ କାମ କରୁଥିବା ନର୍ସଙ୍କ ସମେତ ଦଲାଲକୁ ଗିରଫ କରିଛି ପୋଲିସ । ଏହି ମାମଲାରେ ମୋଟ 5 ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ନୟାଗଡ଼ରେ ପୁଣି ଦଲାଲର ବେଆଇନ ଗର୍ଭପାତ ଅଭିଯୋଗ; ମାଲିକ, ନର୍ସ ସମେତ 5 ଗିରଫ

ଉକ୍ତ କ୍ଲିନିକକୁ ସ୍ଥାନୀୟ ତହସିଲଦାର ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସିଲ କରିଛନ୍ତି । ବିଗତ ଦିନରେ ନୟାଗଡ଼ ସମଗ୍ର ଦେଶରେ କନ୍ୟାଭ୍ରୁଣ ହତ୍ୟା ଘଟଣାରେ କଳଙ୍କିତ ହୋଇଥିବାବେଳେ ପୁଣି ପ୍ରଶାସନର ନାକ ତଳେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ପ୍ରଶାସନ ଉଦାସୀନତାକୁ ପଦାରେ ପକାଇଛି । ତେବେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଅଭାବ କାରଣରୁ କ୍ଲିନିକ ମାଲିକମାନେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରିଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.