ETV Bharat / state

ବିକାଶର ନଗ୍ନଚିତ୍ର, ଅଣ୍ଟାଏ ପାଣିରେ ସ୍କୁଲ୍ ଯାଉଛନ୍ତି ଛାତ୍ରଛାତ୍ରୀ

ବିପଦସଂକୁଳ ଅବସ୍ଥାରେ ନଦୀପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଶରଧାପୁର ପଞ୍ଚାୟତରୁ ଆଶିଛି ବିକାଶର ନଗିନଚିତ୍ର । ଅଧିକ ପଢନ୍ତୁ

author img

By

Published : Aug 3, 2022, 9:36 PM IST

ବିକାଶର ନଗ୍ନଚିତ୍ର, ଅଣ୍ଟାଏ ପାଣିରେ ସ୍କୁଲ୍ ଯାଉଛନ୍ତି ଛାତ୍ରଛାତ୍ରୀ
ବିକାଶର ନଗ୍ନଚିତ୍ର, ଅଣ୍ଟାଏ ପାଣିରେ ସ୍କୁଲ୍ ଯାଉଛନ୍ତି ଛାତ୍ରଛାତ୍ରୀ

ନୟାଗଡ଼: ରାସ୍ତା ପାଲଟିଛି ଉଛୁଳା ନଦୀ । ଖରସ୍ରୋତା ନଦୀ ମୁହଁରେ ଜୀବନ । ବିପଦସଂକୁଳ ଅବସ୍ଥାରେ ଯା-ଆସ କରୁଛନ୍ତି ଛାତ୍ରଛାତ୍ରୀ । ବିକାଶର ଏପରି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଶରଧାପୁର ପଞ୍ଚାୟତରରେ । ପାଠ ପଢିବା ପାଇଁ ବିପଦସଂକୁଳ ଅବସ୍ଥାରେ ନଦୀପାର ହେଉଛନ୍ତି କୋମଳମତି ଶିଶୁ ।

ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଶରଧାପୁର ପଞ୍ଚାୟତର ଲକ୍ଷ୍ମୀ ନାରାୟଣ ହାଇସ୍କୁଲ, କାଚପଲ୍ଲୀ ଓ ଶରଧାପୁର ୟୁଜିଏମଇ ବିଦ୍ୟାଳୟରେ ପହଞ୍ଚିବା ପାଇଁ କୁନିକୁନି ପିଲାମାନଙ୍କୁ ଭରାନଦୀ ପାରହୋଇ ଯିବାକୁ ପଡୁଛି । ନଦୀ ପାର ନହେଲେ ୨୨ କିଲୋମିଟର ବୁଲିକି ଯିବାକୁ ପଡିଥାଏ । ତେବେ ବାଧ୍ୟ ହୋଇ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ଅଣ୍ଟାଏ ଅଣ୍ଟାଏ ପାଣିରେ ନଦୀପାର ହେଉଛନ୍ତି । ଦୁଇଟିଯାକ ବିଦ୍ଯାଳୟ ଉପରେ ଆଖପାଖ ଗ୍ରାମର ଚମ୍ପା ଡାଳି, ସିଲିଗାଡି, ଖଜୁଡି, ରାଇମଡା, ଜାନିସାହି, ଖଳିସାହି, ଖଣ୍ଡାଧୂଆ ଓ ଖଜୁରୀଡିହ ପରି ଆଦିବାସୀ ଗାଁର ଛାତ୍ରଛାତ୍ରୀ ନିର୍ଭର କରିଥାନ୍ତି ।

ବର୍ଷା ଋତୁରେ ପିଲାମାନେ ବୃତଙ୍ଗ ନଦୀପାର୍ ହୋଇ ବିଦ୍ୟାଳୟକୁ ଆସନ୍ତି । ବର୍ଷାଦିନେ ଦୁଇ କୂଳ ଖାଇ ପ୍ରଖର ସ୍ରୋତରେ ବହୁଥିବା ଉଛୁଳା ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ । କାନ୍ଧରେ ସ୍କୁଲ ବ୍ୟାଗ ପକାଇ ଛାତ୍ରଛାତ୍ରୀମାନେ ପରସ୍ପର ହାତ ଧରାଧରି ହୋଇ ନଦୀପାର ହୋଇ ବିଦ୍ୟାଳୟରେ ପହଞ୍ଚୁଛନ୍ତି । ବେଳେ ବେଳେ ନଦୀର ପ୍ରଖର ସ୍ରୋତ କାରଣରୁ ଶିକ୍ଷକମାନଙ୍କୁ ସ୍କୁଲରେ ରାତ୍ରି ଯାପନ କରିବାକୁ ପଡିଥାଏ । ଉକ୍ତ ନଦୀରେ ବ୍ରିଜ ନିର୍ମାଣ ପାଇଁ ଦାବି ହେଉଥିଲେ ହେଁ ସବୁବେଳେ ସେମାନଙ୍କୁ କେବଳ ପ୍ରତିଶୃତି ମିଳୁଛି । ଆଉ ସବୁ ପ୍ରତିଶୃତି ପ୍ରତିଶୃତିରେ ହିଁ ରହିଯାଇଛି । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ନୟାଗଡ଼, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.