ନୟାଗଡ: କୋରୋନା ମହାମାରୀ ସଙ୍କଟରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ନୟାଗଡ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ହାତକୁ ନିଆଯାଇଛି । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ପୃଥ୍ବୀରାଜ ଦଳବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ବିଜେପି ନେତ୍ରୀ ଇରାନୀ ରାୟ ନିଜେ ରକ୍ତଦାନ କରି ଶିବିରର ଶୁଭ ଉଦଘାଟନ କରିଥିଲେ l
ଜିଲ୍ଲାରେ ସେବା ମୂଳକ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଆହ୍ବାନ ଦେଇଛନ୍ତି l ଶତାଧିକ ୟୁନିଟ ରକ୍ତ ସଂଗ୍ରହ କରାଯିବାକୁ ଲକ୍ଷ୍ୟ କରାଯାଇଛି l ଅନ୍ୟପକ୍ଷେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାର ସବୁ ବ୍ଲକରେ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ନୟାଗଡ ଜିଲ୍ଲାରେ ରକ୍ତର ଅଭାବ ପୂରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ