ETV Bharat / state

ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା, 2 ଭାଇ ଗିରଫ

author img

By

Published : Jan 2, 2021, 9:23 PM IST

ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଶାରୀଶୁଆ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଅତି ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ଅଧିକ ପଢନ୍ତୁ ....

ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା; ଦୁଇ ଭାଇଙ୍କୁ ଗିରଫ କଲା ପୋଲିସ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଶାରୀଶୁଆ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଅତି ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଘଟଣା ପର ଠାରୁ ଫେରାର ଥିବା ଦୁଇ ଭାଇଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଘଟଣା ଅନୁସାରେ ଗତ ଡିସେମ୍ବର ୨୯ ତାରିଖ ସନ୍ଧ୍ୟା ସମୟରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଶାରୀଶୁଆ ଗ୍ରାମରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ସେହି ଗାଁ କାଳିଆ ମହାନ୍ତ ବିବାହର ଦୀର୍ଘ ବର୍ଷ ପରେ ବି ତାଙ୍କର ସନ୍ତାନ ହେଉ ନ ଥିବାରୁ ସେହି ଗାଁ ମହିଳା ଖଇରୀ ମହାନ୍ତ ଗୁଣି ଗାରେଡି କରିଥିବା ସନ୍ଦେହ କରିଥିଲେ । ଗତ ୨୯ ତାରିଖ ସନ୍ଧ୍ୟା ସମୟରେ ଖଇରୀ ପାଣି ଆଣିବା ପାଇଁ ଗାଁ ନଳକୂପ ନିକଟକୁ ଯାଉଥିବାବେଳେ ତାଙ୍କୁ ବୀଭତ୍ସ ଭାବେ ଗଳାକାଟି ହତ୍ୟା କରିଥିଲେ କାଳିଆ ମହାନ୍ତ ତାର ଭାଇ ବଳିଆ ମହାନ୍ତ ।

ଏକ କଟୁରୀରେ ଖଇରୀଙ୍କ ଗଳାକାଟି ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ ଦୁଇ ଭାଇ । ତେବେ ଘଟଣାର ୪ ଦିନ ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବାପରେ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଶାରୀଶୁଆ ଜଙ୍ଗଲରୁ ଗିରଫ କରିଛି । ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ମଧ୍ୟ ପୋଲିସ୍ ଜବତ କରିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ପୋଲିସ ସୁତ୍ରରୁ ଖବର ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.