ETV Bharat / state

ପରୀ ହତ୍ୟା ମାମଲା: ପରିବାରକୁ ଭେଟିଲା ବିଜେପିର ସ୍ୱତନ୍ତ୍ର ଟିମ୍ - bjp special team meet pari family member news

ବିଜେପିର ଏକ ପ୍ରତିନିଧି ଦଳ ଯଦୁପୁର ଗ୍ରାମରେ ପହଞ୍ଚି ‘ପରୀ’ ପରିବାରକୁ ଭେଟିଛନ୍ତି l ଅଧିକ ପଢନ୍ତୁ...

ପରୀ ପରିବାରକୁ ଭେଟିଲା ବିଜେପିର ସ୍ୱତନ୍ତ୍ର ଟିମ୍

author img

By

Published : Nov 30, 2020, 4:39 PM IST

Updated : Nov 30, 2020, 7:41 PM IST

ନୟାଗଡ଼: ପରୀ ହତ୍ୟା ଘଟଣାରେ ବଜେପିର ଏକ ପ୍ରତିନିଧି ଦଳ ଯଦୁପୁର ଗ୍ରାମରେ ପହଞ୍ଚି ସ୍ଥିତି ପରଖିଛନ୍ତି l ପରୀ ବାପା ଓ ମାଙ୍କୁ ଭେଟି ସବୁ ଘଟଣା ବିଷୟରେ ଆଲୋଚନା କରିଛନ୍ତି l

ସୁରକ୍ଷା ଦୃଷ୍ଟିରୁ ଗ୍ରାମରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି l ନୟାଗଡ଼ର ବଜେପି ନେତ୍ରୀ ଇରାନି ରାୟଙ୍କ ନେତୃତ୍ବ ନେଇଥିବା ବେଳେ ଦଳର ବହୁ ବରିଷ୍ଠ ବିଜେପି ନେତା ସାମିଲ ହୋଇଛନ୍ତି l ପରୀ ହତ୍ୟାକାରୀକୁ ଶୀଘ୍ର ଖୋଜି ଧରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି l

ପରୀ ପରିବାରକୁ ଭେଟିଲା ବିଜେପିର ସ୍ୱତନ୍ତ୍ର ଟିମ୍

ସିବିଆଇ ତଦନ୍ତ ହେଲେ ଓଡ଼ିଶାରେ ନିଖୋଜ ଥିବା 5329 ନାବାଳିକାଙ୍କ ସନ୍ଧାନ ମିଳିବ ବୋଲି ନେତାମାନେ କହିଛନ୍ତି l ବିଜେପିର ଏହି ସ୍ବତନ୍ତ୍ର ଟିମ ପରୀ ବାପା ମା'ଙ୍କ ସହ ଆଲୋଚନା କରିବା ସହ ପରୀର ହାଡ଼ମାଂସ ପଡ଼ିଥିବା ସ୍ଥାନ ପରିଦର୍ଶନ କରିଥିଲେ l

ପରେ ନୟାଗଡ଼ ଡ଼ାକ ବଙ୍ଗଳାରେ ଏକ ବୈଠକ କରି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଏବଂ ସିବିଆଇ ତଦନ୍ତ ଦାବି କରିଥିଲେ l କ୍ରାଇମବ୍ରାଞ୍ଚ ଏବଂ ଏସଆଇଟି ତଦନ୍ତ ବେଳେ ଅରୁଣ ସାହୁ ମନ୍ତ୍ରୀ ରହିଲେ ତଦନ୍ତ ବାଧାପ୍ରାପ୍ତ ହେବ l ତେଣୁ ସେ ଇସ୍ତଫା ଦେବା ନିତାନ୍ତ ଆବଶ୍ୟକ l ଯେପର୍ଯ୍ୟନ୍ତ ଦାବୀ ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରୀ ରହିବ ବୋଲି ବିଧାୟକ ମାନେ କହିଥିଲେ lଏହି ସ୍ବତନ୍ତ୍ର ଟିମରେ ପ୍ରାୟ 15 ଜଣ ବିଧାୟକଙ୍କ ଜଣେ ବିଧାୟିକା ଏବଂ ବିଜେପିର ବରିଷ୍ଠ କର୍ମକର୍ତ୍ତା ସାମିଲ ଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Nov 30, 2020, 7:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.