ETV Bharat / state

ପରୀକୁ ନ୍ୟାୟ ଦାବିରେ 11 ଦିନରେ ବିଜେପିର ଧାରଣା

author img

By

Published : Dec 15, 2020, 10:57 PM IST

ପରୀକୁ ନ୍ୟାୟ ଦାବିରେ 11 ଦିନରେ ପହଞ୍ଚିଛି ବିଜେପିର ଧାରଣା । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ନେଇ ବିଜେପିର ସୂଚନା । ପଢନ୍ତୁ ଅଧିକ.....

ପରୀକୁ ନ୍ୟାୟ ଦାବିରେ 11 ଦିନରେ ବିଜେପିର ଧାରଣା
ପରୀକୁ ନ୍ୟାୟ ଦାବିରେ 11 ଦିନରେ ବିଜେପିର ଧାରଣା

ନୟାଗଡ଼: ପରୀକୁ ନ୍ୟାୟ ଦାବିରେ 11 ଦିନରେ ପହଞ୍ଚିଛି ବିଜେପିର ଧାରଣା। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି ବିଜେପି କର୍ମୀମାନେ l ପରୀ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ଥଫା ଦାବିରେ ଚାଲିଥିବା ଏହି ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବା ନେଇ ଦଳ କହିଛି । 11 ଦିନ ଧରି ଚାଲିଥିବା ଏହି ଗଣଧାରଣାରେ ବିଜେପିର ରାଜ୍ୟସ୍ତରୀୟ ବହୁ ନେତା ସାମିଲ ହେଉଛନ୍ତି l

ବିଜେପିର ବରିଷ୍ଠ ନେତୃମଣ୍ଡଳୀ ସାମିଲ ହୋଇ ସମାନ ଦାବି ମଧ୍ୟ ଦୋହରାଇଥିଲେ l ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ହୋଇଛି l ତଦନ୍ତ ସମୟରେ ଅରୁଣ ସାହୁ ମନ୍ତ୍ରୀ ରହିଲେ, ତଦନ୍ତକୁ ପ୍ରଭାବିତ କରିବେ l ତେଣୁ ସେ ଇସ୍ତଫା ଦେବା ଦରକାର l ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି ବିଜେପି କହିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.