ନୟାଗଡ଼: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ନୟାଗଡ ଜିଲ୍ଲା ରଣପୁର ବିଜେପି ପକ୍ଷରୁ ଚାନ୍ଦପୁରରେ ପ୍ରତିବାଦ l ମମିତାଙ୍କୁ ନ୍ୟାୟ ଦେବା ପାଇଁ ଶୋଭାଯାତ୍ରା ସହ ନାରାବାଜି ଦେଇ ତାତିଲେ ବିଜେପି କର୍ମୀ l ମମିତାଙ୍କୁ ନ୍ୟାୟ ଦେବା, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ସହ ତାଙ୍କୁ ଗିରଫ ଦାବିରେ ରଣପୁର ନିର୍ବାଚନମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଚାନ୍ଦପୁର ଥାନା ଘେରାଉ କରାଯାଇଛି l
ତେବେ ନିରପେକ୍ଷ ତଦନ୍ତ ପାଇଁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ବିଜେପି କର୍ମୀମାନେ ଦାବି କରିଛନ୍ତି l ଏନେଇ ଚାନ୍ଦପୁର ଥାନା ଘେରାଉ କରିବା ସହ ଜାତୀୟ ରାଜପଥରେ ବସି ପ୍ରତିବାଦ କରାଯାଇଛି l ଏଥିରେ ବିଜେପି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବିଜେପି ନେତା ତାପସ ମାର୍ଥା ପ୍ରମୁଖ ସାମିଲ ହୋଇଥିଲେ l
ନୟାଗ଼ଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ