ETV Bharat / state

ଆଜିଠୁ ଗଡ଼ିଲା ଭୁବନେଶ୍ୱର-ନୟାଗଡ଼ ସ୍ପେଶାଲ ଟ୍ରେନ

author img

By

Published : Apr 13, 2021, 7:56 PM IST

ଆଜି ଠାରୁ ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସ୍ପେଶାଲ ଟ୍ରେନ । ଏହି ଟ୍ରେନ ବିଦ୍ୟୁତିକରଣ ମାର୍ଗରେ ଚଳାଚଳ କରିବ । ସେହିପରି ଆସନ୍ତାକାଲି ନୟାଗଡ଼ରୁ ଭୁବନେଶ୍ୱର ଗଡ଼ିବ ସେବା ଏକ୍ସପ୍ରେସ ଟ୍ରେନ । ଅଧିକ ପଢନ୍ତୁ...

ଆଜିଠାରୁ ଗଡ଼ିଲା ଭୁବନେଶ୍ୱର-ନୟାଗଡ଼ ସ୍ପେଶାଲ ଟ୍ରେନ

ଭୁବନେଶ୍ବର: ଆଜି ଠାରୁ ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସ୍ପେଶାଲ ଟ୍ରେନ । ଏହି ଟ୍ରେନ ବିଦ୍ୟୁତିକରଣ ମାର୍ଗରେ ଚଳାଚଳ କରିବ । ସେହିପରି ଆସନ୍ତାକାଲି (ବୁଧବାର) ନୟାଗଡ଼ରୁ ଭୁବନେଶ୍ୱର ଗଡ଼ିବ ସେବା ଏକ୍ସପ୍ରେସ ଟ୍ରେନ ।

ମଙ୍ଗଳବାର ଭୁବନେଶ୍ୱରରୁ ନୟାଗଡ ଓ ନୟାଗଡରୁ ଭୁବନେଶ୍ୱର ସ୍ପେଶାଲ ଟ୍ରେନ ଚଳାଚଳ କରିଛି । ଏହି ଟ୍ରେନ୍ ଆଜି ଭୁବନେଶ୍ୱରରୁ ସନ୍ଧ୍ୟା ୬ଘ.୪୦ମି. ରେ ଛାଡିଛି । ଏହି ଟ୍ରେନ୍ 14 ଏପ୍ରିଲରେ ନୟାଗଡ଼ ଟାଉନ୍ ରୁ ସକାଳ ୦୬ଘ.୩୦ ମିନିଟରେ ଛାଡିବ ଏବଂ ଭୁବନେଶ୍ୱର ଅଭିମୁଖେ ଆସିବ । ତେବେ ଏହି ଟ୍ରେନଟି ସମ୍ପୂର୍ଣ୍ଣ ରୂପେ ବିଦ୍ୟୁତିକରଣ ମାର୍ଗରେ ଚଳାଚଳ କରିବ ।

ଏହି ସ୍ପେଶାଲ ଟ୍ରେନରେ ଯାତ୍ରା କରିବାକୁ ଚାଁହୁଥିବା ଯାତ୍ରୀ ଯାତ୍ରାର ପୂର୍ବଦିନ କେବଳ ନୟାଗଡ଼ ପୁରୁଣା ଜେଲ ଠାରେ ଥିବା ଟିକେଟ କାଉଣ୍ଟରରେ ସଂରକ୍ଷିତ ଟିକେଟ କାଟି ପାରିବେ । ନଚେତ ଅନଲାଇନରେ ଟିକେଟ କାଟିପାରିବେ l ନୟାଗଡ଼ ରେଳ ଷ୍ଟେସନରେ ଟିକେଟ ଉପଲବ୍ଧ ହେବ ନାହିଁ ବୋଲି ସୂଚନା ମିଳିଛି l ଆସନ୍ତାକାଲି ଯାତ୍ରା କରିବାକୁ ଥିବା ଏହି ଟ୍ରେନ ବିଦ୍ୟୁତ ଦ୍ୱାରା ଚାଲିବା ନେଇ ସୂଚନା ମିଳିଛି l

ଭୁବନେଶ୍ବରରୁ ବିକାଶ ଦାସ ଓ ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.