ନୟାଗଡ଼: ସିଟୁ ଏବଂ 10ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ କୃଷକ ସଙ୍ଗଠନ ସମର୍ଥନରେ ଆସନ୍ତା 26 ନଭେମ୍ବରରେ କେନ୍ଦ୍ର ମୋଦି ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧିନୀତି ବିରୁଦ୍ଧରେ ଭାରତ ବନ୍ଦ ଡାକରା ଦିଆଯାଇଛି l ଏହାକୁ ସଫଳ କରିବାକୁ ରଣପୁର ସିଟୁ ତରଫରୁ ଏକ ମଟର ସାଇକେଲ ଶୋଭାଯାତ୍ରା ଚାନ୍ଦପୁର ଠାରୁ ବାହାରି ରଣପୁର ଦେଇ ରାଜସୁନାଖଳା ଓ ବିନୋଦପଡ଼ା ଠାରେ ଶେଷ ହୋଇଥିଲା l
ଶ୍ରମିକ ନେତା ସୁରେଶ ସ୍ବାଇଁ, ସବ୍ୟସାଚୀ ସେନାପତି, କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର, ଦୁଃଶାସନ ଜେନା, ଗଦାଧର ପ୍ରଧାନ, ସୁଶୀଲ୍ ମହାନ୍ତି ପ୍ରମୁଖ ନେତୃତ୍ବ ନେଇଥିଲେ । ପ୍ରାୟ 10ଟି ସ୍ଥାନରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା l ଗରିବ ପରିବାର ଗୁଡ଼ିକୁ 7500 ଟଙ୍କା, ମୁଣ୍ଡପିଛା 10 କେଜି ଚାଉଳ /ଗହମ, ମଜୁରିଆକୁ 200ଦିନ କାମ ଓ ସର୍ବନିମ୍ନ ମଜୁରୀ ଦେବା ଓ ଶ୍ରମିକ ବିରୋଧି ଶ୍ରମିକ କୋଡ ପ୍ରତ୍ୟାହାର ଓ ଯୁବକଙ୍କୁ ନିଯୁକ୍ତି ଦେବା ଦାବିରେ ଭାରତ ବନ୍ଦ କରାଯିବ l ତେଣୁ ଏହିଁ ଆନ୍ଦୋଳନକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ବେହେରା