ETV Bharat / state

ଆସିଲାନି ଆବାସ ଯୋଜନାରେ ନାଁ, ଜିଆରଏସଙ୍କୁ ୪ ଘଣ୍ଟା ତାଲା ପକାଇଲେ ହିତାଧିକାରୀ - ପଞ୍ଚାୟତ କାର୍ଯ୍ୟାଳୟ

ଆବାସ ଯୋଜନାରେ ହିତାଧିକାରୀଙ୍କ ନାଁ କାଟି ହେବାରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜିଆରଏସଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ 4 ଘଣ୍ଟା ତାଲା ପକାଇ ଅଟକ ରଖିଲେ ହିତାଧିକାରୀ । ଅଧିକ ପଢନ୍ତୁ...

ପଞ୍ଚାୟତ କାର୍ଯ୍ୟାଳୟରେ ୪ ଘଣ୍ଟା ତାଲା ପକାଇଲେ ହିତାଧିକାରୀ

author img

By

Published : Sep 4, 2021, 3:59 PM IST

ନୟାଗଡ଼ : ଆବାସ ଯୋଜନାରେ ହିତାଧିକାରୀଙ୍କ ନାଁକୁ ପ୍ରଥମେ ଯୋଡ଼ିଲେ ପରେ ନାଁକୁ କାଟି ଦେଲେ । ଫଳରେ ଅସନ୍ତୁଷ୍ଟ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜିଆରଏସଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ 4 ଘଣ୍ଟା ତାଲା ପକାଇ ଅଟକ ରଖିଲେ ହିତାଧିକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ରାକମା ପଞ୍ଚାୟତରେ ।

ପଞ୍ଚାୟତ କାର୍ଯ୍ୟାଳୟରେ ୪ ଘଣ୍ଟା ତାଲା ପକାଇଲେ ହିତାଧିକାରୀ

ରାକମା ପଞ୍ଚାୟତରେ ପୂର୍ବରୁ କରାଯାଇଥିବା ସର୍ଭେରେ ଅନେକ ହିତାଧିକାରୀଙ୍କ ନାଁ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଯୋଗ୍ୟ ହିତାଧିକାରୀଙ୍କ ନାଁକୁ ବାଦ ଦିଆଯାଇଛି । ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳୁନଥିବାବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ ଏଠାରେ ଆବାସ ଯୋଜନାରେ ପକ୍କା ଗୃହ ପ୍ରଦାନ କରାଯାଇଛି । କିନ୍ତୁ ଯୋଗ୍ୟ ହିତାଧିକାରୀ ଲାଞ୍ଚ ଦେଇନପାରିବାରୁ ସେମାନଙ୍କ ନାଁକୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି ।

ଏହି ରାକମା ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ପାଇବାକୁ ହେଲେ 20 ହଜାର ଟଙ୍କା ଦେବାକୁ ବାଧ୍ୟ କରାଯାଉଛି । ନହେଲେ ଆବାସ ଯୋଜନାର ହିତାଧିକାରୀଙ୍କ ତାଲିକାରୁ ନାଁକୁ କାଟିଦିଆଯାଉଛି ବୋଲି ହିତାଧିକାରୀମାନେ ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇଥିଲେ । ପରେ ପୋଲିସ ଏବଂ ଅତିରିକ୍ତ ବିଡ଼ିଓ ଅନ୍ତର୍ଯ୍ୟାମୀ ଦାସ ପହଞ୍ଚି ଅସନ୍ତୁଷ୍ଟ ହିତାଧିକାରୀଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପୁଣି ଥରେ ସର୍ଭେ କରି ନାଁକୁ ଯୋଡିବାକୁ ହିତାଧିକାରୀମାନେ ଦାବି କରିଛନ୍ତି । ଯଦି ଏହା ନହୁଏ, ତେବେ ପୁଣି ଆନ୍ଦୋଳନ କରିବେ ବୋଲି ହିତାଧିକାରୀମାନେ କହିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.