ETV Bharat / state

ନୟାଗଡ଼ରେ ସ୍ବାଭାବିକ ହେବ ରେଳ ଚଳାଚଳ - ପୂର୍ବତଟ ରେଳପଥ

ଗତ ମାର୍ଚ୍ଚ ମାସରୁ ନୟାଗଡକୁ ରେଳ ଚଳାଚଳ ବନ୍ଦ ଥିଲା । ବର୍ତ୍ତମାନ ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ପୂର୍ବତଟ ରେଳପଥକୁ  ଚିଠି ଲେଖିଛନ୍ତି ବିଧାୟକ ଅରୁଣ ସାହୁ । ଅଧିକ ପଢନ୍ତୁ...

ସ୍ବାଭାବିକ ହେବ ରେଳ ଚଳାଚଳ
ସ୍ବାଭାବିକ ହେବ ରେଳ ଚଳାଚଳ
author img

By

Published : Jan 22, 2021, 10:25 AM IST

ନୟାଗଡ: ଜିଲ୍ଲାରେ ସ୍ୱଭାବିକ ହେବ ରେଳ ଚଳାଚଳ । କୋରୋନା ପାଇଁ ଗତ ମାର୍ଚ୍ଚ ମାସରୁ ନୟାଗଡକୁ ରେଳ ଚଳାଚଳ ବନ୍ଦ ଥିଲା । ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବାରୁ ଜିଲ୍ଲାରେ ରେଳ ଚଳାଚଳ ସ୍ବାଭାବିକ କରିବାକୁ ପୂର୍ବତଟ ରେଳପଥକୁ ଚିଠି ଲେଖିଛନ୍ତି ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ।

କୋରୋନା ସ୍ଥିତିରେ ସୁଧାର ଆସିବାରୁ ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିଲାଣି । ପୁରୀ ଜଗନ୍ନାଥ ମନ୍ଦିର ଏବେ ଭକ୍ତଙ୍କ ପାଇଁ ସମ୍ପୁର୍ଣ୍ଣ ଭାବରେ ଖୋଲାଯାଇଛି l ଦୈନିକ ନୟାଗଡ଼ରୁ ଅଧିକାଂଶ ଭକ୍ତ ପୁରୀ ଯାଆନ୍ତି। ଯାତ୍ରୀମାନଙ୍କ ସୁବିଧା ପାଇଁ ନୟାଗଡ଼ରୁ ପୁରୀକୁ ଚାଲୁଥିବା ପାସେଞ୍ଜର ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ପୂର୍ବତଟ ରେଳପଥକୁ ଅନୁରୋଧ କରିଛନ୍ତି ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ । ଏହା ସହିତ ଭୁବନେଶ୍ୱର-ନୟାଗଡ଼କୁ ଯାତାୟାତ କରୁଥିବା ସବୁ ଏକ୍ସପ୍ରେସକୁ ପୁନଃ ଚଳାଚଳ କରିବା ପାଇଁ ମନ୍ତ୍ରୀ ପୂର୍ବତଟ ରେଳପଥକୁ ଚିଠି ଲେଖିଛନ୍ତି ।

ନୟାଗଡ଼ରୁରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.