ETV Bharat / state

'ପ୍ରେସମିଟରେ ଅରୁଣ ବୋଥ୍ରାଙ୍କ ତଥ୍ୟ ମିଛ' - ସରୋଜ ସେଠୀ ମାଆଙ୍କ ତଥ୍ୟ

ପରୀ ମୃତ୍ୟୁ ମାମଲାରେ ଏସଆଇଟି ମୁଖ୍ୟ ସରୋଜଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସରୋଜଙ୍କ ମାଆ । ଅଧିକ ପଢନ୍ତୁ....

'ପ୍ରେସମିଟରେ ଅରୁଣ ବୋଥ୍ରାଙ୍କ ତଥ୍ୟ ମିଛ'
'ପ୍ରେସମିଟରେ ଅରୁଣ ବୋଥ୍ରାଙ୍କ ତଥ୍ୟ ମିଛ'
author img

By

Published : Dec 22, 2020, 4:49 PM IST

Updated : Dec 22, 2020, 4:57 PM IST

ନୟାଗଡ: ବହୁ ଚର୍ଚ୍ଚିତ ପରୀ ଅପହରଣ ଏବଂ ପରେ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗତ 3 ଦିନ ଧରି ଏସଆଇଟି ଗିରଫ କରିନେଇଥିବା ଅଭିଯୁକ୍ତ ସରୋଜ ସେଠୀ ଦୋଷୀ ବୋଲି କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଏନେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବାପରେ ମୁହଁ ଖୋଲିଛନ୍ତି ସରୋଜ ସେଠୀଙ୍କ ମାଆ ।

'ପ୍ରେସମିଟରେ ଅରୁଣ ବୋଥ୍ରାଙ୍କ ତଥ୍ୟ ମିଛ'

ସରୋଜଙ୍କ ମାଆ ଶୈଳବାଳା ସେଠୀ କହିଛନ୍ତି ଯେ, 'ମୋ ପୁଅ ନିର୍ଦ୍ଦୋଷ, ଆମର କେହି ଲଢିବାକୁ ନାହାଁନ୍ତି ବୋଲି ଜାଣିଶୁଣି ମୋ ପୁଅକୁ ଫସାଇ ଦିଆଯାଇଛି ।' ତେବେ ଏସବୁ ଅନ୍ୟାୟ ବୋଲି ଶୈଳବାଳା କହିଛନ୍ତି । ସୂଚନା ଅନୁଯାୟୀ ମୃତ ପରୀର ପଡୋଶୀ ସରୋଜ ସେଠୀ କିଛିଦିିନ ତଳେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ।

ସରୋଜ କହିଥିଲେ ତାଙ୍କୁ ପରୀ ହତ୍ୟା ମାମଲାରେ ଦୋଷ ମୁଣ୍ଡାଇବାକୁ ବାଧ୍ୟ କରାଯାଉଛି । ଏଥିପାଇଁ ଅରୁଣ ବୋଥ୍ରା ତାଙ୍କୁ ଲାଞ୍ଚ ଯାଚିଥିବା ମଧ୍ୟ ଅଭିଯୋଗ କରିଥିଲେ ସେ । ଏହାପରେ ସରୋଜ ଏବଂ ତାଙ୍କ ମାଆ ଓ ଭଉଣୀଙ୍କୁ ତଦନ୍ତକାରୀ ସଂସ୍ଥା ଏସଆଇଟି ଟିମ୍ ଜେରା ପାଇଁ ଉଠାଇ ନେଇଥିଲା । ଜେରା ପରେ ମାଆ ଓ ଭଉଣୀକୁ ଛାଡିଦେଇ ଥିବାବେଳେ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଏସଆଇଟି ସରୋଜଙ୍କୁ ଗିରଫ କରିଥିଲା । ତେବେ ପରୀକୁ ସରୋଜ ତଣ୍ଟିଚିପି ହତ୍ୟା କରିବା ପରେ ମୃତଦେହ ସହ ଦୁଷ୍କର୍ମ କରିଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିବା ପରେ ଏସବୁ ତଥ୍ୟକୁ ଖଣ୍ଡନ କରିଛନ୍ତି ସରୋଜଙ୍କ ମାଆ ଶୈଳବାଳା ସେଠୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Dec 22, 2020, 4:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.