ETV Bharat / state

ନୟାଗଡର ନମିତା ଦିଦି, କୋରୋନା କାଳରେ ଭୁଲି ନାହାନ୍ତି ଦାୟିତ୍ବ - nayagargh district news

ନୟାଗଡ଼ରେ ଚର୍ଚ୍ଚାରେ ଅଙ୍ଗନାଓ୍ବାଡି କର୍ମୀ ମହାମାରୀ ସମୟରେ ଭୁଲିନାହାନ୍ତି ନିଜ ଦାୟିତ୍ବ । ସାଜିଛନ୍ତି ଆଗ ଧାଡିର କୋରୋନା ଯୋଦ୍ଧା । ଅଧିକ ପଢନ୍ତୁ...

କୋରୋନା କାଳରେ ଦାୟିତ୍ବକୁ ପ୍ରାଧାନ୍ୟ, ଚର୍ଚ୍ଚାରେ ଅଙ୍ଗନବାଡି କର୍ମୀ ନମିତା

author img

By

Published : Jul 3, 2021, 8:40 PM IST

ନୟାଗଡ଼: ଆଗଧାଡିର ଯୋଦ୍ଧା ସାଜିଛନ୍ତି ଅଙ୍ଗନାଓ୍ବାଡି କର୍ମୀ । ନିଜ ଅଞ୍ଚଳରେ ଜାରି ରଖି୍ଛନ୍ତି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ । କେବଳ କୋରୋନା ନୁହେଁ, ବାଲ୍ୟ ବିବାହ ଆଦି ସମସ୍ତ ସଚେତନତା ବାର୍ତ୍ତା ଦେଉଛନ୍ତି ସେ । ଗାଁକୁ କରୋନା କବଳରୁ ରକ୍ଷା କରିବା ପାଇଁ ନେଇଛନ୍ତି ଶପଥ l ଆଉ ଏଥିପାଇଁ ଜିଲ୍ଲା ଠାରୁ ରାଜ୍ୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି l ସରକାର ଯେତେବେଳେ ଯେଉଁ ନିର୍ଦ୍ଦେଶ ଦିଅନ୍ତି ତୁରନ୍ତ ତାହାକୁ ପ୍ରଥମେ କାର୍ଯ୍ୟକାରୀ କରିଥାନ୍ତି l ଏମିତି ଜଣେ ସଫଳ କରୋନା ଯୋଦ୍ଧା ହେଲେ ନୟାଗଡ଼ ଭାପୁର ବ୍ଲକ ରାକମା ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ନମିତା ପଟ୍ଟଯୋଶୀ ।

କୋରୋନା କାଳରେ ଦାୟିତ୍ବକୁ ପ୍ରାଧାନ୍ୟ, ଚର୍ଚ୍ଚାରେ ଅଙ୍ଗନବାଡି କର୍ମୀ ନମିତା

ଲୋକେ କରୋନା ଟେଷ୍ଟିଂ ଓ ଟୀକାକରଣକୁ ନେଇ ଲୋକେ ଅଂଜ୍ଞ । ଏ ଦିଗରେ ଲୋକଙ୍କୁ ବୁଝାଇବା ତାଙ୍କ ପାଇଁ ଏକ ବଡ଼ ଚ୍ୟଲେଞ୍ଜ l ନମିତା ନିଜ ପରିବାରକୁ ପଛରେ ପକାଇ କରି ଅଞ୍ଚଳର ସେବାରେ ମନୋନିବେଶ କରିଛନ୍ତି l ନିଜ ନିଜ ଗାଁକୁ କରୋନାରୁ ରକ୍ଷା କରିବା ପାଇଁ ସମସ୍ତ ଆଶା କର୍ମୀ ଏବଂ ଅଙ୍ଗନବାଡି କର୍ମୀମାନେ ଦାୟିତ୍ବ ନେଲେ ସାରା ଓଡ଼ିଶା କରୋନା କବଳରୁ ମୁକ୍ତ ହୋଇପାରିବ ବୋଲି ସେ କୁହନ୍ତି l ଏଭଳି ଢଙ୍ଗରେ ଗାଁରେ ମାଇକ ଲଗାଇ ପ୍ରଚାର କରି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ସେ l

ଗାଁ କଲ୍ୟାଣ ସମିତି ଏବଂ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ସଚେତନ ଶୋଭାଯାତ୍ରା କୋରୋନା ବାର୍ତ୍ତାକୁ ଘରେ ଘରେ ବାଣ୍ଟୁଛନ୍ତି l ନମିତାଙ୍କ କାନ୍ଧରେ ରାକମା ଅଞ୍ଚଳର 203 ପରିବାର ପ୍ରାୟ 8 ଶହ ଲୋକଙ୍କ ଭାର l ଏ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବ ସେ କେବେ ପଛକୁ ଫେରିନାହାଁନ୍ତି l ବରଂ ଲୋକଙ୍କୁ ଜଣ ଜଣ କରି ସଚେତନ କରାଇଛନ୍ତି । ନମିତା କୁହନ୍ତି ପ୍ରତିଦିନ କିଛି ଔଷଧ ଅକ୍ସିମିଟର, ଥର୍ମାଲ ସ୍କ୍ରିନିଂସାଥିରେ ନେଇ ଲୋକଙ୍କ ପାଖକୁ ଯାଆନ୍ତି l ଆଉ ଅନେକ ସମୟରେ ଫ୍ଲାକାର୍ଡ ଧରି ରାଲି କରି ଲୋକଙ୍କୁ ସଚେତନ କରନ୍ତି l କେବଳ କରୋନା ସଚେତନ ନୁହେଁ, ବାଲ୍ୟ ବିବାହ, କନ୍ୟା ଭୃଣ ହତ୍ୟା ଆଦି ଉପରେ ମଧ୍ୟ ସଚେତନ କରାଇଥାନ୍ତି l

ଗାଁର ସ୍ବାସ୍ଥ୍ୟ, ଶିକ୍ଷା ଓ ପରିବେଶ ସ୍ବଚ୍ଛ ରଖିବାର ଦାୟିତ୍ବ ନେଇଥିବା ନମିତା 2018ରେ ନିଜର ଉତ୍ସର୍ଗିକୃତ ସେବା ମନୋଭାବ ଯୋଗୁଁ ରାଜ୍ୟ ସ୍ତରରେ ସମ୍ମାନିତ ହୋଇଥିବା ବେଳେ 2017 ରୁ 2020 ବିଭିନ୍ନ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇପାରିଛନ୍ତି l ଏହି ସବୁ ସମ୍ମାନ ତାଙ୍କୁ ଅହଂକାର କରାଇନି ବରଂ ପୂର୍ବାପେକ୍ଷା ଅଧିକ ମାର୍ଜିତ ହୋଇ ସମାଜସେବାରେ ମନ ବଳାଇଛନ୍ତି l ଏଥିପାଇଁ ସେ 2 ବର୍ଷ ହେବ କରୋନା ସମୟ ଆଗ ଧାଡ଼ିର ଯୋଦ୍ଧା ଭାବେ ଠିଆ ହୋଇ ନିଜର କର୍ତ୍ତବ୍ୟ ପ୍ରତିବାଦନ କରିଛନ୍ତି l ନମିତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛ ।

ନୟାଗଡକୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.