ETV Bharat / state

ମାନସିକ ବିକାରଗ୍ରସ୍ତଙ୍କ ସାଥି ପାଲଟିଛି "ଅନନ୍ୟା " - Ananya foundation

ଯୁବଗୋଷ୍ଠୀଙ୍କ ଭିନ୍ନ ଏକ ପ୍ରୟାସ। ସମାଜରେ ଯାହାକୁ କେହି ପଚାରନ୍ତି ନାହିଁ ସେମାନଙ୍କ ଏବେ ସହଯୋଗ ପାଲଟିଛି "ଅନନ୍ୟା " l ମାନସିକ ବିକାରଗ୍ରସ୍ତଙ୍କ ସାଥି ସାଜି ନିଜ ହାତରେ ପାଗଳଙ୍କ ସେବା କରୁଛନ୍ତି ସଦସ୍ୟମାନେ। ଅଧିକ ଖବର ପଢନ୍ତୁ...

ମାନସିକ ବିକାରଗ୍ରସ୍ତଙ୍କ ସାଥି ପାଲଟିଛି "ଅନନ୍ୟା "

author img

By

Published : Oct 24, 2020, 2:01 PM IST

ନୟାଗଡ: ଗରିବ ଅଭାବୀଙ୍କୁ ସାହାଯ୍ୟ କରିବାର ଅନନ୍ୟ ପ୍ରୟାସ ହିଁ "ଅନନ୍ୟା" l ବସଷ୍ଟାଣ୍ଡ ହେଉ କି ରାସ୍ତାକଡ଼, ଅବା ସହରର କେଉଁ ପରିତ୍ୟକ୍ତ ସ୍ଥାନରେ ଯଦି କିଏ ପାଗଳ ଥିବା ଖବର ମିଳେ ତେବେ "ଅନନ୍ୟା "ଫାଉଣ୍ଡେସନ ପହଞ୍ଚି ସେବା ଯୋଗାଏ l ସମାଜରେ ଯାହାକୁ କେହି ପଚାରନ୍ତି ନାହିଁ, ଯେଉଁମାନେ ଅବହେଳିତ ମାନସିକ ବିକାରଗ୍ରସ୍ତ। ସେମାନଙ୍କ ଏବେ ସାଥି ପାଲଟିଛି "ଅନନ୍ୟା " l

ନୟାଗଡ଼ର କିଛି ଯୁବ ସ୍ବେଚ୍ଛାସେବୀ ମିଶି ଗଢ଼ିଛନ୍ତି" ଅନନ୍ୟା" ଫାଉଣ୍ଡେସନ l ଯାହାକୁ ନେଇ ବିଭିନ୍ନ ମହଲରୁ ବେଶ ପ୍ରଶଂସା କରାଯାଉଛି l ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି l ଅଭିନେତା ସବ୍ୟସାଚୀ ମଧ୍ୟ ଅନନ୍ୟା ଫାଉଣ୍ଡେସନକୁ ବେଶ ପ୍ରଶଂସା କରିଛନ୍ତି l ଭିଡ଼ିଓ କଲିଂରେ ଅଭିନେତା ସବ୍ୟସାଚୀ" ଅନନ୍ୟା" ସହିତ ସାମିଲ ହେଉଛନ୍ତି l ଯେଉଁଠି କେଉଁ ମାନସିକ ବିକୃତ ବ୍ୟକ୍ତିଙ୍କୁ ଦେଖନ୍ତି ସଙ୍ଗେ ସଙ୍ଗେ ତାଙ୍କ ସେବାରେ ଲାଗିଯାଆନ୍ତି l

ମାନସିକ ବିକାରଗ୍ରସ୍ତଙ୍କ ସାଥି ପାଲଟିଛି "ଅନନ୍ୟା "

ବର୍ଷ ବର୍ଷ ଧରି ମୁଣ୍ଡର ଚୁଟି ଓ ଦାଢ଼ି କାଟିନଥିବା ମାନସିକ ବିକୃତ ମାନଙ୍କୁ ନିଜ ହାତରେ ଚୁଟି ଓ ଦାଢ଼ି କାଟି ଗାଧୋଇ ସଫା ସୁତରା କରେଇଦିଅନ୍ତି l ପରେ ସେମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ଦେଇଥାନ୍ତି l କୋରୋନା ମହାମାରୀ ଯୋଗୁଁ ମାନସିକ ବିକୃତ ବ୍ୟକ୍ତିମାନେ ଖାଦ୍ୟମୁଠାଏ ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି l "ମାନବ ସେବା ହିଁ ମାଧବ ସେବା "କୁ ଧର୍ମ କରି ନିଜ ପକେଟ ଖର୍ଚ୍ଚରୁ ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଥାନ୍ତି ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ l

ଅନନ୍ୟା ଫାଉଣ୍ଡେସନରେ ପାଖାପାଖି 60 ଜଣ ସଦସ୍ୟ ଅଛନ୍ତି l ସମସ୍ତେ ଯୁବକ l ପାଗଳଙ୍କୁ ସେଵା ଯୋଗାଇବା ପାଇଁ ନିଜର ପକେଟ ଖର୍ଚ୍ଚକୁ ସଂଚୟ କରିଥାନ୍ତି ସ୍ୱେଚ୍ଛାସେବୀମାନେ l ତେବେ ମାନସିକ ବିକୃତଙ୍କ ସେବା କରି ନିଜକୁ ବେଶ ଖୁସି ଅନୁଭବ ହେଉଥିବା ସଂଗଠନର ସ୍ଵେଛାସେବି ମାନେ କହିଛନ୍ତି l ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ "ଅନନ୍ୟା" ସେବା କାର୍ଯ୍ୟ କରିଥାଏ l ଅନନ୍ୟା ଫାଉଣ୍ଡେସନ ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିବା ବେଳେ ଏହି ଫାଉଣ୍ଡେସନରେ ଅଧିକରୁ ଅଧିକ ଯୁବକ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.