ETV Bharat / state

ଜାଗା ମିଶନ ଯୋଜନାରେ 229 ହିତାଧିକାରୀଙ୍କୁ ଜମିପଟ୍ଟା ବଣ୍ଟନ - jaga mission

ବାସହରାଙ୍କୁ ମିଳିବ ଭୂ ଅଧିକାର । ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ 229ଜଣ ହିତାଧିକାରୀଙ୍କୁ ବଣ୍ଟନ ହୋଇଛି ଜମିପଟ୍ଟା । ଅଧିକ ପଢନ୍ତୁ..

ଜାଗା ମିଶନ ଯୋଜନାରେ 229ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ

author img

By

Published : Oct 17, 2020, 7:43 PM IST

ନୟାଗଡ଼: ଜାଗାମିଶନ ଯୋଜନା ଅଧିନରେ ରଣପୁରର 229 ହିତାଧିକାରୀଙ୍କୁ ଜମିପଟ୍ଟା ବଣ୍ଟନ କରାଯାଇଛି l ନୟାଗଡ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜମିପଟ୍ଟା ପ୍ରଦାନ କରାଯାଇଛି । ଏନେଇ ରଣପୁର ବସ୍ତିବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଜାଗା ମିଶନ ଯୋଜନାରେ 229ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ

ତେବେ ରଣପୁର ଏନଏସିର ଏହି ପଦକ୍ଷେପରୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ l ଜାଗା ଖଣ୍ଡେ ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଥିବା ଗରିବ ଲୋକଙ୍କୁ ଏବେ ଭୂ ଅଧିକାର ମିଳିପାରିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଘର ପାଇଁ ବି ସୁବିଧା ମିଳିବ । ଏଥିସହ ଏହି ଅଞ୍ଚଳରେ ପାନୀୟ, ସାନିଟାଇଜ,ପାର୍କ ଭଳି ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବାକୁ ବ୍ୟବସ୍ଥା ହେବ ।

ଏହି କାର୍ଯ୍ୟକ୍ରମରେ ରଣପୁର ବିଧାୟକ ସତ୍ୟନାରାୟ ପ୍ରଧାନ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ରଣପୁର ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ ଓ ଏନଏସି ଅଧିକାରୀ ତାପସ ବିସି ଏବଂ ରଣପୁର ର ବିଜେଡି ଯୁବ ନେତା ଲିଙ୍ଗରାଜ ନାୟକ ମଧ୍ୟ ଉପସ୍ଥିତ ରହି ଜମି ପଟ୍ଟା ବଣ୍ଟନ କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.