ETV Bharat / state

ଅଲ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଶୁଖିଲା ଖାଦ୍ୟ, ମାସ୍କ-ସାନିଟାଇଜର ପ୍ରଦାନ

author img

By

Published : May 25, 2021, 7:20 PM IST

କୋରୋନା ଭଳି ମହାମାରୀ ସମୟରେ ରାସ୍ତାକୁ ଓହ୍ଲାଇ ସହାୟତାର ହାତ ବଢ଼ାଇଲା ଅଲ ଓଡ଼ିଶା ଡ୍ରାଇଭର ମହାସଂଘ । ନୟାଗଡ଼ ଜିଲ୍ଲା ରଣପୁର ଶାଖା ତରଫରୁ ରାଜପଥରେ ଯାତାୟାତ କରୁଥିବା ଡ୍ରାଇଭରଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...

All Odisha Drivers Federation Provide mask-sanitizers to the  Drivers
ଅଲ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଶୁଖିଲା ଖାଦ୍ୟ, ମାସ୍କ-ସାନିଟାଇଜର ପ୍ରଦାନ

ନୟାଗଡ଼: କୋରୋନା ଭଳି ମହାମାରୀ ସମୟରେ ରାସ୍ତାକୁ ଓହ୍ଲାଇ ସହାୟତାର ହାତ ବଢ଼ାଇଲା ଅଲ ଓଡ଼ିଶା ଡ୍ରାଇଭର ମହାସଂଘ । ନୟାଗଡ଼ ଜିଲ୍ଲା ରଣପୁର ଶାଖା ତରଫରୁ ରାଜପଥରେ ଯାତାୟାତ କରୁଥିବା ଡ୍ରାଇଭରଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଛି ।

ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ବିନୋଦପଡ଼ା ଛକ ଠାରେ ଡ୍ରାଇଭର ମହାସଂଘର ସଦସ୍ୟମାନେ ଜାତୀୟ ରାଜପଥ ଦେଇ ଯାଉଥିବା ସବୁ ଗାଡ଼ିର ଡ୍ରାଇଭରମାନଙ୍କୁ ସଚେତନ କରିବା ସହ ଶୁଖିଲା ଖାଦ୍ୟ ଏବଂ ମାସ୍କ, ସାନିଟାଇଜର ପ୍ରଦାନ କରିଥିଲେ ।

କୋରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ଡ୍ରାଇଭରମାନେ । କିନ୍ତୁ ସେମାନଙ୍କ ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ନିଜ ପକେଟରୁ ସେମାନଙ୍କୁ ସଚେତନ କରିବା ଲାଗି ଆଗେଇ ଆସିଛି ରଣପୁର ଓଡ଼ିଶା ଡ୍ରାଇଭର ମହାସଂଘ ।

ଏଥିରେ ମୁଖ୍ୟ ଅତିଥି ଭାବେ ରାଜସୁନାଖଳା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ଯୋଗଦେଇ ଡ୍ରାଇଭରମାନଙ୍କୁ ମାସ୍କ ଆଦି ପ୍ରଦାନ କରିବା ସହ ସଚେତନ କରାଇଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.