ETV Bharat / state

ହଳ ବୁଲାଇଲେ, ଅଖିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ

ଅକ୍ଷୟ ତୃତୀୟା ଅବସରରେ ଅଖିମୁଠିର ଅନୁକୂଳ କରି ଚାଷ କାମର ଶୁଭାରମ୍ଭ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ । କୃଷି ଓ କୃଷକର ମଙ୍ଗଳ କାମନା ସହ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରି ଅଖିମୁଠି ଧରିଲେ । ଅଧିକ ପଢନ୍ତୁ...

କ୍ଷେତରେ ମନ୍ତ୍ରୀ, ଅଖିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ

author img

By

Published : May 15, 2021, 4:57 PM IST

ନୟାଗଡ଼: କୃଷିମନ୍ତ୍ରୀ ଅରୁଣ ସାହୁ ପବିତ୍ର ଅକ୍ଷୟ ତୃତୀୟା ପର୍ବ କୋଭିଡ଼ ଗାଇଡ଼ଲାଇନ ସହ ନିରାଡ଼ମ୍ବରର ସହ ପାଳନ କରିଛନ୍ତି l ଜମିରେ ବିହନ ଧାନ ମୁଠି ଅନୁକୂଳ କରି ଅନ୍ନଦାତା କୃଷକ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

କ୍ଷେତରେ ମନ୍ତ୍ରୀ, ଅଖିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ

ନୟାଗଡ଼ ବ୍ଲକର ଖେଡ଼ପଡା ଗାଁ ଗହୀରରେ ଚାଷୀଙ୍କ ସହ ମିଶି ଅଖିମୁଠିର ଅନୁକୂଳ କରି ଚାଷ କାମର ଶୁଭାରମ୍ଭ କରିଛନ୍ତି l ନିଜେ କୃଷିମନ୍ତ୍ରୀ ବଳଦ ହଲ ଦ୍ଵାରା ଜମିରେ ଚାଷ କରି ବିହନ ଧାନ ବୁଣିଛନ୍ତି l ଏହି ଅବସରରେ କୃଷକ ମାନଙ୍କୁ ମନ୍ତ୍ରୀ ଅରୁଣ ସାହୁ ଚାଷ କାର୍ଯ୍ୟ ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧି କାମ କରିବା ପାଇଁ କୃଷକ ମାନଙ୍କୁ ପରାମର୍ଶ ଦେଇଛନ୍ତି l

କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ ନିୟମକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ସମସ୍ତ କୃଷକମାନେ କୃଷି କାର୍ଯ୍ୟ ସମୟରେ ସାମାଜିକ ଦୂରତା ନିଶ୍ଚୟ ପାଳନ କରିବେ ବୋଲି ଆଶା ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.