ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ହତ୍ୟାକାଣ୍ଡ ମାମଲା । ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ଖାରଜ ପରେ ବ୍ରେନ ମ୍ୟାପିଂ କରିବାକୁ ଆବେଦନ କରିଛି ଏସଆଇଟି । ବର୍ତ୍ତମାନ ଆଇନଗତ ଯୁଦ୍ଧ ଆରମ୍ଭ ହୋଇଛି ବୋଲି ଅଭିଯୁକ୍ତଙ୍କ ଓକିଲ ଚନ୍ଦ୍ର ବିଜୟ ମିଶ୍ର କହିଛନ୍ତି । ସେମାନେ ଗୋଟିଏ ପରେ ଗୋଟିଏ ବାଣ ମାରିବେ ଏବଂ ଆମର କାମ ହେଲା ଏହାର ପ୍ରତିରୋଧ କରିବା ବୋଲି ଓକିଲ କହିଛନ୍ତି ।
ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ମୋବାଇଲ, ତାର କୁ ଗୁଜୁରାଟ ପଠାଇବାକୁ ପାଇଁ ଏସଆଇଟି ଆବେଦନ କରିଥିଲେ ମାତ୍ର କୋର୍ଟ ଏହାକୁ ଖାରଜ କରିଥିଲେ । କୋଲକାତା ସେଣ୍ଟ୍ରାଲ ଫରେନକ୍ସି ଲାବୋରେଟୋରୀକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଅଭିଯୁକ୍ତ ନାବାଳକ ପ୍ରମାଣ ହେବା ପରେ ତାକୁ ଅନୁଗୋଳ ସୁଧାର ଗୃହକୁ ପଠାଯାଇଛି ।
ଆସନ୍ତା 13 ରେ ଜୁଭେନାଇଲ କୋର୍ଟରେ ପୁଣି ହାଜର ହେବ ଅଭିଯୁକ୍ତ । ସେହିଦିନ, ଏସଆଇଟି କରିଥିବା ବ୍ରେନ ମ୍ୟାପିଂ ଉପରେ ଶୁଣାଣି କରିବେ କୋର୍ଟ l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ