ETV Bharat / state

ଗଞ୍ଜେଇ ଭର୍ତ୍ତି କାର ଜବତ କଲା ଦଶପଲ୍ଲା ପୋଲିସ, ବେପାରୀ ଫେରାର - Cannabis-filled car seized in nayagarh

ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜନଗହଳିପୂର୍ଣ୍ଣ ତ୍ରିନାଥ ବଜାର ଠାରେ ଗଞ୍ଜେଇ ଭର୍ତ୍ତି କାରକୁ ଛାଡି ଫେରାର ହୋଇଯାଇଛି ଚାଳକ। ଜବତ କାରରୁ ପ୍ରାୟ ୧୩୪ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ପ୍ୟାକେଟ ଜବତ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ...

ଗଞ୍ଜେଇ ଭର୍ତ୍ତି କାର ଜବତ
ଗଞ୍ଜେଇ ଭର୍ତ୍ତି କାର ଜବତ
author img

By

Published : Mar 21, 2021, 7:09 AM IST

ନୟାଗଡ଼: ଏକ କାରରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବାବେଳେ ଧରିଲା ପୋଲିସ । ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜନଗହଳିପୂର୍ଣ୍ଣ ତ୍ରିନାଥ ବଜାର ଠାରେ ଗଞ୍ଜେଇ ଭର୍ତ୍ତି କାରକୁ ଛାଡି ଫେରାର ହୋଇଯାଇଛି ଚାଳକ। ଜବତ କାରରୁ ପ୍ରାୟ ୧୩୪ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ପ୍ୟାକେଟ ଜବତ ହୋଇଥିବା ଜଣାପଡିଛି।

ଗଞ୍ଜେଇ ଭର୍ତ୍ତି କାର ଜବତ

ଶନିବାର ମଧ୍ୟାହ୍ନ ସମୟରେ ନୟାଗଡ ଅଭିମୁଖେ ଦ୍ରୁତ ଗତିରେ ଏକ କାର ଯାଉଥିଲା। ତେବେ କାରଟିର କିସ୍ତି ବକେୟା ଥିବାରୁ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ତ୍ରିନାଥ ବଜାର ଠାରେ କାରକୁ ଅଟକାଇଥିଲେ। ହେଲେ କାରରେ ଥିବା ତିନିଜଣ ବ୍ୟକ୍ତି ୫୭ନଂ ଜାତୀୟ ରାଜପଥ ଉପରେ କାର ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

କାରକୁ ନେଇ ଲୋକମାନଙ୍କ ମଧ୍ୟରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି କାରକୁ ଜବତ କରି ଥାନାକୁ ନେଇ ଦେଖିବା ପରେ କାରରୁ ୧୩୪ ପ୍ୟାକେଟ ଗଞ୍ଜେଇ ବାହାରିଥିଲା। ତେବେ ଜବତ ଗଞ୍ଜେଇର ଓଜନ କେତେ ହେବ ସେନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇନାହିଁ।

ତେବେ ଦିନ ଦ୍ବିପ୍ରହରରେ ଥାନା ସମ୍ମୁଖ ଅତିକ୍ରମ କରି ଏହି ଗଞ୍ଜେଇ ଭର୍ତ୍ତି କାର କିଭଳି ଯାଉଥିଲା ତାହାକୁ ନେଇ ସାଧାରଣରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.